Latest Odisha News

ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ

ରାୟପୁର: ଛତିଶଗଡ଼ର ରାୟପୁର ରେଲଓ୍ୱେ ଷ୍ଟେସନରେ ବିସ୍ଫୋରଣ । ଟ୍ରେନରେ ବିସ୍ଫୋରଣ ହୋଇଛି । ଏଥିରେ ସିଆରପିଏଫର ୬ ଜଣ ଯବାନ ଆହତ ହୋଇଛନ୍ତି । ସକାଳ ପ୍ରାୟ ୬ଟା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ସିଆରପିଏଫ ୨୧୧ ବାଟାଲିଅନର ଯବାନମାନେ ସ୍ପେଶାଲ୍ ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିଲେ ।

ରେଲୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ ସାମଗ୍ରୀକୁ ଗୋଟିଏ ବଗିରୁ ଅନ୍ୟ ବଗିକୁ ସ୍ଥାନାନ୍ତର କରିବା ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ୬ ଜଣଙ୍କୁ ଜଣେ ଯବାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏହି ଘଟଣା ପରେ ଷ୍ଟେସନରେ ପହଞ୍ଚିଛନ୍ତି ସିଆରପିଏଫର ବରିଷ୍ଠ ଅଧିକାରୀ ।

Leave A Reply

Your email address will not be published.