ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ ଭେଟିବ । ଏହି ଦୁଇଟି ମୁକିବାଲରେ ୩ ଜଣ ଖେଳାଳିଙ୍କ ଉପରେ ନଜର ରହିବ । ସେମାନଙ୍କ ପ୍ରଦର୍ଶନ ଆଧାରରେ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ । ୨୦୦୭ର ଚାମ୍ପିଅନ୍ ଭାରତ ଏଥର ଦ୍ୱିତୀୟ ଥର ବିଜେତା ଲକ୍ଷ୍ୟରେ ରହିଛି ।
ଭୁବନେଶ୍ୱର କୁମାର

ଆହତ ଓ ଖରାପ ଫର୍ମ କାରଣରୁ ଦଳରୁବାଦ ପଡ଼ିଥିଲେ ଭୁବନେଶ୍ୱର କୁମାର । ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଛି । ଅଭିଜ୍ଞ ଭୁବନେଶ୍ୱର କୁମାର । ଦୁଇଟିଯାକ ଓ୍ୱାର୍ମଅପରେ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ନୂଆ ବୋଲକୁ ସୁଇଂ କରିବାରେ ମାହିର ଭୁବି ଡେଥ୍ ଓଭରରେ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ଧୁରନ୍ଧର । ଓ୍ୱାର୍ମଅପରେ ଭଲ ଖେଳିଲେ ଓ୍ୱାର୍ଲଡ କପ୍ ପ୍ଲେଇଂ ଇଲେଭେନରେ ତାଙ୍କ ସ୍ଥାନ ପକ୍କା ।
ଇଶାନ୍ କିଷାନ

ଯୁବ ତାରକା ଇଷାନ କିଷାନ୍ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ବଢ଼ିଆ ଖେଳିଥିଲେ । ଧୂଆଁଧାର ଇନିଂସ ଖେଳିବାର ପୋଖତ ଇଶାନ୍ କିଷାନ୍ । ଚଳିତ ଆଇପିଏଲରେ ସେମିତି କିଛି ବଡ଼ ସ୍କୋର କରି ନାହାନ୍ତି । ରୋହିତ ଓ ଲୋକେଶ ରାହୁଲ ଥିବାରୁ ତାଙ୍କୁ ଓପେନିଂ ସୁଯୋଗ ମିଳି ନପାରେ । ଓ୍ୱାର୍ମଅପ୍ ମୁକାବିଲାରେ ତାଙ୍କୁ ଦକ୍ଷତା ଦେଖାଇବାର ସୁଯୋଗ ରହିଛି । ମଧ୍ୟକ୍ରମରେ ଭଲ ଖେଳିଲେ ଚୁଡାନ୍ତ ଏକାଦଶରେ ସୁଯୋଗ ମିଳିବ ।
ଆର୍. ଅଶ୍ୱିନ୍

ଅନୁଭବନୀ ସ୍ପିନର ଆର୍. ଅଶ୍ୱିନୀ । ନିଜ ଗୁଗୁଲିରେ ବ୍ୟାଟ୍ସମ୍ୟାଙ୍କୁ ଘାଇଲା କରନ୍ତି । ଚାରି ବର୍ଷ ପରେ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ସ୍କ୍ୱାଡକୁ ଫେରିଛନ୍ତି । ଚଳିତ ଆଇପିଏଲରେ ସେମିତି ଆଖି ଦୃଶିଆ କମାଲ୍ କରି ନାହାନ୍ତି ଅଶ୍ୱିନ । ବିଶ୍ୱକପ୍ ପୂର୍ବରୁ ଓ୍ୱାର୍ମଅପରେ ସ୍ପିନର ଯାଦୁ ଦେଖାଇବାର ସୁଯୋଗ ତାଙ୍କ ହାତରେ ଅଛି । ଅଧିକରୁ ଅଧିକ ଓ୍ୱିକେଟ ନେବାକୁ ପଡ଼ିବ । ଭଲ ନଖେଳିଲେ ପ୍ଲେଇଂ ଇଲେଭେନରେ ସୁଯୋଗ ହାତଛଡ଼ା ହୋଇପାରେ ।
ଏମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସାର୍ଦ୍ଦୁଲ ଠାକୁରଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ହେବ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଖରେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ରୁଷଭ ପନ୍ଥଙ୍କ ଭଲି ବ୍ୟାଟିଂ ତାରକା ଅଛନ୍ତି । ଫାଷ୍ଟ ବୋଲିଂର ଗୁରୁ ଦାୟିତ୍ୱ ସମ୍ଭାଳିବେ ସମ୍ଭାଳିବେ ଯଶପ୍ରୀତ ବୁମରାହ, ମହମ୍ମଦ ସାମି । ସ୍ପିନର ଭାବରେ ଦଳରେ ଅଛନ୍ତି ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହଲ । ସମସ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ।
BREAKING NEWS
- Puri Airport: ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ନିର୍ମାଣ ହେବନି ମନମୁଖୀ ଭାବେ ଉଚ୍ଚ ଅଟ୍ଟାଳିକା…
- Smriti Irani’s KSBKBT : ୨୫ ବର୍ଷରେ ୨୦୦୦ ଏପିସୋଡ୍ ପୂରଣ କରିଛି ସ୍ମୃତି ଇରାନୀଙ୍କ ଲୋକପ୍ରିୟ ଟିଭି ଶୋ ‘କ୍ୟୁଙ୍କି ଶାଶ୍ ଭି କଭି ବହୂ ଥି’
- Misuse of an Aadhaar Card: ଆପଣଙ୍କ ଆଧାର କାର୍ଡରେ ବି ବଢ଼ିଚାଲିନି ତ କୌଣସି ଋଣଭାର?, ଜାଣନ୍ତୁ କିପରି କରିବେ ଯାଞ୍ଚ…
- କଲମ୍ବିଆରେ ବିମାନ ଦୁର୍ଘଟଣା, ପ୍ରସିଦ୍ଧ ସିଙ୍ଗର ୟେସନ୍ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ
- ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ
- Nitin Nabin Odisha Visit : ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ
- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ‘ସରପଞ୍ଚ ପାଇଁ କେବଳ ସ୍ୱାକ୍ଷର ଯଥେଷ୍ଟ ନୁହେଁ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ’
- IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…
- First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି ବିଶ୍ୱରେ ସବୁଠାରୁ ସ୍ୱତନ୍ତ୍ର ଏହି ମନ୍ଦିର…
- Water Tanks and Sprinklers in Sleeper Coach: ଯାତ୍ରୀ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଏବଂ ସ୍ପ୍ରିଙ୍କଲର ବ୍ୟବହାର ବାଧ୍ୟତାମୂଳକ
Comments are closed.