Latest Odisha News

BREAKING NEWS

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା; ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଚାଟ୍‌ ଦାଖଲ କଲା ଏନସିବି

ମୁମ୍ବାଇ: ଆଜି ଡ୍ରଗ୍ସ ମାମଲାରେ ଜଡ଼ିତ ଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଅଛି। ଆଜି ହେବ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ ଆଜି ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆର୍ୟନ ଖାନ ଏବଂ ଜଣେ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ ଚାଟ୍ କୋର୍ଟକୁ ହସ୍ତାନ୍ତର କରିଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହାକୁ ଆଧାର କରି ଏଜେନ୍ସି ଆର୍ୟନ ଜାମିନକୁ ବିରୋଧ କରିପାରେ। ରିପୋର୍ଟ ଅନୁଯାୟୀ, ଏନସିବି ଆର୍ୟନ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ସଂକ୍ରାନ୍ତରେ କିଛି ଚାଟ୍ କରିଥିଲା। ଏହାକୁ ଆଉ କିଛି ସମୟ ପାଇଁ ଆର୍ୟନଙ୍କ ହେପାଜତକୁ ବୃଦ୍ଧି କରିବାକୁ କୋର୍ଟରେ ପ୍ରମାଣ ଭାବରେ ଏଜେନ୍ସି ଉପସ୍ଥାପନ କରିଛି।

ସୂଚନାନୁସାରେ, ଏଜେନ୍ସି କହିଛି ଯେ ମୁମ୍ବାଇରେ ଆୟୋଜିତ କ୍ରୁଜ୍ ପାର୍ଟିରେ ଆର୍ଯ୍ୟନ୍‌ ଅଭିନେତ୍ରୀ ସହ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା କରିଥିଲେ। ଏହାର କିଛି ସମୟ ପରେ ଏନସିବି ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା। ୨ ଅକ୍ଟୋବରରେ ଆର୍ଯ୍ୟନ୍‌ଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.