Latest Odisha News

BREAKING NEWS

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ନିକଟରେ ଶନିବାର ବିଳମ୍ବିତ ରାତି ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି।

ଆହତ ଅପରାଧୀ ଜଣକ ଶେଖ ନଦିମ ବୋଲି ଜଣାପଡିଛି ।

ନଦିମ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ ଗୁଳି ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଅପରାଧି ଜଣକ କୃଷ୍ଣନନ୍ଦପୁର ସ୍ଥିତ ନିଜ ଗ୍ରାମରେ ଥିବାନେଇ କୌଣସି ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ, ପାଟକୁରା ପୋଲିସ ପକ୍ଷରୁ ମିଳିତ ଉଦ୍ୟମରେ ଉକ୍ତ ଗ୍ରାମରେ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନଦିମ ଖସିଯିବାକୁ ଚେଷ୍ଟା କରି ଫାଙ୍କା ଗୁଳି ଚାଳନା କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ଆହୁରି ମଧ୍ୟ ନଦିମ ନାମରେ କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଆଦି ଜିଲ୍ଲାର ବିଭିନ୍ନ ଥାନାରେ ୧୪ରୁ ଅଧିକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ହତ୍ୟା, ବ୍ୟାଙ୍କ ଡକାୟତି, ଗୁଳିମାଡ଼, ଲୁଟ୍ ଭଳି ବିଭିନ୍ନ ସଙ୍ଗୀନ ମାମଲାରେ ରହିଛି।

Leave A Reply

Your email address will not be published.