ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍ । ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ ।
କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ । ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ ହେବନାହିଁ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ ।
ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । ଏହା କେବଳ ନଭେମ୍ଭର ମାସ ପାଇଁ ଗାଇଡ ଲାଇନ୍ । ତେବେ ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବେ ଗାଇଡଲାଇନ ଆସିବ। ସବୁଠାରୁ ବଡ଼ କଥା ହେଉଛି କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି ।
ସେହିପରି ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ। କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି ।
Comments are closed.