Latest Odisha News

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି । ଏ ନେଇ ଟୁଇଟରରେ ବ୍ୟାନ ଆଇପିଏଲ ଟ୍ରେଣ୍ଡ କରିବାରେ ଲାଗିଛି ।

ଆଇପିଏଲରେ ଅଧିକ ଅର୍ଥ ରୋଜଗାର ହେଉଥିବାରୁ ଦେଶ ପକ୍ଷେ ଖେଳିବା ନେଇ ଦାୟିତ୍ୱଭାବ ଆସୁ ନାହିଁ । ଆଇପିଏଲ ବ୍ୟାନ କରୋ ଏବଂ ଆନ୍ତର୍ଜାତୀୟ କ୍ରିକେଟରେ ଫୋକସ କରିବା ପାଇଁ ଦାବୀ ଜୋର ଧରିଛି । ଏହା ବ୍ୟତୀତ ବିଭିନ୍ନ ମେମ୍ସ ମଧ୍ୟ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି ।

Comments are closed.