Latest Odisha News

BREAKING NEWS

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦୀ, ଏପ୍ରିଲ ୨୭ରେ କେନ୍ଦ୍ରାପଡ଼ା ର‌୍ୟାଲିରେ ଯୋଗଦେବେ

କେନ୍ଦ୍ରାପଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଏପ୍ରିଲ୍ ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ । ସେଠାରୁ ସେ ବରୁଆରେ ଏକ ଜନସଭାରେ ଉଦବୋଧନ ଦେବେ ।

ତାଙ୍କ ଗସ୍ତସୁଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ଗଙ୍ଗନଗର ଓ ଓୟୁଏଟି ପରିସର ଦେଇ ବରମୁଣ୍ଡା ପଡିଆରେ ପହଞ୍ଚିବେ । ପରବର୍ତ୍ତୀ ସମୟରେ ମୋଦୀ ସେଠାରେ ଏକ ରୋଡ ଶୋ’ କରିବେ । ଏସମ୍ପର୍କରେ ବିଜେଡି ରାଜ୍ୟ ଉପସଭାପତି ସମୀର ମହାନ୍ତି ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେହିପରି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି ଯେ ସେହି ଦିନ ସେ ସମ୍ବଲପୁର ଗସ୍ତ କରିବା ସହ ସେଠାରେ ଆୟୋଜିତ ଏକ ର‌୍ୟାଲିରେ ସମ୍ବୋଦ୍ଧିତ କରିବେ ।

ସୂଚନାଯୋଗ୍ୟ, ଏହା ମୋଦୀଙ୍କ ୫ମ ଓଡିଶା ଗସ୍ତ । ଏହାପୂର୍ବରୁ ସେ କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗିର, କଳାହାଣ୍ଡୀର ଭବାନୀପାଟଣା, ସୋନପୁରର ଓ ସୁନ୍ଦରଗଡରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ କଟକ ଜିଲ୍ଲା ବଡମ୍ବା ଓ ଢେଙ୍କାନାଳରେ ମଧ୍ୟ ଏପ୍ରିଲ୍ ୧୭ରେ ଏକ ଜନସଭାକୁ ସମ୍ବୋଧିତ କରିବେ ।

Leave A Reply

Your email address will not be published.