Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ ଜଣକ ବ୍ୟାଙ୍କକରୁ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ । ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ କଷ୍ଟମ୍‌ ବିଭାଗ ତାଙ୍କ ନିକଟରୁ ବେଆଇନ ସୁନା ଜବତ ଅଭିଯୋଗରେ ୫ ହଜାର ଟଙ୍କା ମାଗିଥିଲେ । ନାଗରାଜନ ବୈଧ କାଗଜପତ୍ର ଦେଖାଇଥିଲେ ମଧ୍ୟ କଷ୍ଟମ ବିଭାଗ ଛାଡିନଥିଲେ । ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବହୁତ ସମୟ ଧରି କଥାକଟି ହୋଇଥିବା ଜଣାପଡିଛି ।

ସିଆଇଏସଏଫର ହସ୍ତକ୍ଷେପ ପରେ ଯାତ୍ରୀଙ୍କୁ ଛାଡି ଦିଆଯାଇଥିବା ବେଳେ ଏହି ଘଟଣାର ସରଜମିନ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଏସଟିର ଅତିରିକ୍ତ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.