ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବା ବେଳେ, ଗୋଟିଏ ଗୋଡ ଖଟରେ ଓ ଅନ୍ୟ ଏକ ଗୋଡ଼ ତଳେ ଲାଗିଥିବା ଦେଖିବାକୁ ମିଳିଛି । ମୃତ ଛାତ୍ରୀ ହେଲେ କୋଣାର୍କ ବାଲି ଦୋକାନ ନିକଟସ୍ଥ ବୁବୁଆ ଗ୍ରାମର ସ୍ମୃତି ଛନ୍ଦା ସ୍ବାଇଁ । ମୃତକଙ୍କ ପରିବାର ପକ୍ଷରୁ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ
- ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
- ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ୬୩ଟି ପେପର ପାଇଁ ହେବ ଏକ୍ସଜାମ୍
- ୧୦ ରେ ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି
- ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ
- ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?
- ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ
- ଭାରତୀୟ ସେନାରେ ପ୍ରଥମ ଥର ପାଇଁ ନୂତନ ବ୍ରାଂଚରେ ମହିଳା ଅଫିସର ହେବେ ବ୍ରିଗେଡିୟର
- ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ