ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କାମ ଚାଲିଛି ।ଏହି ସମୟରେ ସମସ୍ତେ ନିଜର ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ପ୍ରାଥମିକ ଭିତ୍ତିରେ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯିବ । ।ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।ଅନ୍ୟପଟେ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ୍ କରାଯିବ ସେଥିରେ ବି କରିପାରିବେ । ଏଥିପାଇଁ କିଛି ଜରୁରୀ ସୂଚନା ଦିଆଯାଇଛି ।
ଫର୍ମ ୬ ନାମ ଯୋଡିବା ପାଇଁ ବ୍ୟବହାର ହେବ । ସାଧରଣତଃ ନୂଆ ନାମ ଯୋଡିବା ପାଇଁ ଆବେଦନ କରିପାରିବେ । ଫର୍ମ ୭ ନାମ କାଟିବା ପାଇଁ । ଫର୍ମ ୮ ଜରିଆରେ ନାମ ସଂଶୋଧନ କରିପାରିବେ ।ଏବଂ ଫର୍ମ ୮ ଏ ସ୍ଥାନାନ୍ତର ପାଇଁ ବ୍ୟବହାର କରିହେବ । ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ମଧ୍ୟ ସଂଶୋଧନ କରି ପାରିବେ।
ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକି ନମ୍ବର ସ୍ପିଡ୍ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ।https://www.nvsp.in/ଏହି ଲିଙ୍କକୁ ଯାଇ ଲୋକମାନେ ନିଜ ନିଜର ଭୋଟର ସମ୍ବଦ୍ଧୀୟ ତୃଟିର ସୁଧାର ଆଣିପାରିବେ ।
Comments are closed.