Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କର ସୁନାବେଶ ଦେଖିବାକୁ ପ୍ରବଳ ଭିଡ଼ ଆଶଙ୍କା କରାଯାଉଥିଲା । ଏଥିପାଇଁ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ ।

କାର୍ତ୍ତିକ ବ୍ରତ ରଖିଥିବା ହବିଷିଆଳୀ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ଶେଷ କରି ଥାଆନ୍ତି । ବିଶ୍ୱାସ ରହିଛି, ଏହି ଦିନ ମହୋଦଧିରେ ସ୍ନାନ କରି ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ । କଟକଣା ଯୋଗୁ ସିଂହଦ୍ୱାର ଆଗରେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଠିଆ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

Leave A Reply

Your email address will not be published.