Latest Odisha News

ଏପ୍ରିଲ ୨ରୁ ଆରମ୍ଭ ହେବ ଆଇପିଏଲ ସିଜନ ୧୫ !

ଚେନ୍ନାଇ:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଏପ୍ରିଲ ୨ରୁ ଆରମ୍ଭ ହୋଇପାରେ ବୋଲି ପ୍ରତିଷ୍ଠିତ କ୍ରିକେଟ ୱେବସାଇଟରେ ଖବର ପ୍ରକାଶ ପାଇଛି । ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସମସ୍ତ ଫ୍ରାଂଚାଇଜଙ୍କୁ ଏପ୍ରିଲ୨ର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ସିଜନ ୧୪ର ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ଉଦଘାଟନୀ ମୁକାବିଲା ଚେନ୍ନାଇରେ ଖେଳିବ ।

ଏଥର ଆଇପିଏଲରେ ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଫଳରେ ୬୦ ବଦଳରେ ୭୪ ମ୍ୟାଚ ଖେଳାଯିବ । ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ ବାବଦରେ ବିସିସିଆଇ ୧୨୦୦୦ କୋଟି ଆୟ କରିଛି । ପୂର୍ବରୁ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏଥର ଆଇପିଏଲ ଭାରତରେ ହେବ ବୋଲି ଘୋଷଣା କରି ସାରିଛନ୍ତି ।

Leave A Reply

Your email address will not be published.