Latest Odisha News

BREAKING NEWS

ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ଟିପ୍ସ ଦେଉଛନ୍ତି ରାହୁଲ ଦ୍ରାବିଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): କାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କାନପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ମୋଟ୍ ଦୁଇଟି ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଝାଳବୁହା ଅଭ୍ୟାସ ଚଳାଇଛନ୍ତି ଖେଳାଳି । ପ୍ରତିଟି ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି ନୂଆ ହେଡ୍ କୋଚ୍ ରାହୁଲ ଦ୍ରାବିଡ । ବିଶେଷ କରି ବ୍ୟାଟିଂ ଲାଇନ୍ ଅପ୍ ଉପରେ ଫୋକସ କରୁଛି ଟିମ୍ ।

ଟପ୍ ଅର୍ଡରରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ପ୍ରଥମ ଟେଷ୍ଟରେ ନାହାନ୍ତି ବିରାଟ କୋହଲି । ଆହତ କାରଣରୁ ବାଦ ପଡ଼ିଛନ୍ତି ଲୋକେଶ ରାହୁଲ । ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷରେ କିଭଳି ରଣନୀତି କରିବେ ଦ୍ରାବିଡ ତାଉପରେ ସମସ୍ତଙ୍କର ନଜର ରହିଛି ।

ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ତୁଲାଇବେ । ଉପ-ଅଧିନାୟକ ଅଛନ୍ତି ଚେତେଶ୍ୱର ପୂଜାରା । ମିଡିଲ୍ ଅର୍ଡରରେ ଖେଳୁଥିଲେ ବି ଏମାନଙ୍କ ବ୍ୟାଟରୁ ଏବେ ସେଭଳି ରନ୍ ବାହାରୁନି । ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣଙ୍କ ପରେ ଦୀର୍ଘ ୧୫ ହେବ ଏହି ସ୍ଥାନରେ କେହି ଫିଟ୍ ହୋଇ ପାରି ନାହାନ୍ତି । ଲୋକେଶ ରାହୁଲଙ୍କ ସ୍ଥାନରେ ସୂର୍ୟ୍ୟକୁମାର ଯାଦବଙ୍କ ସୁଯୋଗ ଦେଇ ଦ୍ରାବିଡ ଏହି ସ୍ଥାନ ପାଇଁ ପରୀକ୍ଷା ନିରୀକ୍ଷା କରି ପାରନ୍ତି ।

ସେହିପରି ଶ୍ରେୟସ ଆୟାର ଓ ଶୁଭମନ୍ ଗିଲଙ୍କ ପ୍ରଦର୍ଶନ ଉପରେ ବି ରାହୁଲ ଦ୍ରାବିଡଙ୍କ ନଜର ରହିଛି । ଶୁଭମନ୍ ଗିଲ୍ ଓପେନିଂ କରିପାରନ୍ତି । ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କଲେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହଜ ହେବ ।
ରେକର୍ଡ କହୁଛି, ୨୦୧୩ରୁ ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ଭାରତ ଉପରେ ଭାରି ପଡ଼ିଛି କିଓ୍ୱି ବାହିନୀ । ୨୦୧୩-୧୪ରେ ଉଭୟ ଦଳ ଦୁଇଟି ଟେଷ୍ଟ ଖେଳିଥିଲେ । ନ୍ୟୁଜିଲାଣ୍ଡ ସିରିଜ ୧-୦ରେ ବିଜୟୀ ହୋଇଥିଲା ।

୨୦୧୬-୧୭ରେ ୩ଟିକିଆ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଥିଲା ଭାରତ । ୨୦୧୯-୨୦ରେ ଦୁଇଟି ଟେଷ୍ଟରେ ମୁହାଁମୁହିଁ ହୋଇଥିଲେ ଭାରତ-ନ୍ୟୁଜିଲାଣ୍ଡ । ଏହି ସିରିଜକୁ କବଜା କରିଥିଲା କିଓ୍ୱି ଦଳ । ଚଳତବର୍ଷ ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ବି ନ୍ୟୁଜିଲାଣ୍ଡ ପାଖରୁ ହାରିଥିଲା ଟିମ୍ ଇଣ୍ଡିଆ ।

Comments are closed.