Latest Odisha News

ଟିକା ନେଇ ନଥିଲେ ହୋଟେଲ୍ ଓ ମଲରେ ନୋ ଏଣ୍ଟ୍ରି

ବେଙ୍ଗାଳୁରୁ: ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପାଇଁ ନୋ ଏଣ୍ଟ୍ରି ରହିବ । ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଜନିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାମିଲନାଡୁରେ ଏଭଳି କଟକଣା ଜାରି ହୋଇଛି । ମଦୁରାଇ ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛି । ମଦୁରାଇରେ ଟିକା ନେଇନଥିବା ଲୋକଙ୍କୁ ହୋଟେଲ୍, ସିନେମା ହଲ୍, ସପିଂ ମଲ୍ କି ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ମିଳିବ ନାହିଁ ।

ମଦୁରାଇ ଜିଲ୍ଲା ପ୍ରଶାସନ ଏଥିପାଇଁ ଲୋକଙ୍କୁ ଗୋଟିଏ ସପ୍ତାହ ଅଲଟିମେଟମ୍ ଦେଇଛି । ନୂଆ ନିର୍ଦ୍ଦେଶନାମା ଲାଗୁ ହେବା ଭିତରେ ଅତି କମରେ ଟିକାର ଗୋଟିଏ ଡୋଜ୍ ନେବା ପାଇଁ କୁହାଯାଇଛି । ଆସନ୍ତା ସପ୍ତାହରୁ ଏହି ନିର୍ଦ୍ଦେଶନାମା କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ମଦୁରାଇ ଜିଲ୍ଲାପାଳ ଅନୀଶ ଶେଖର ।

କର୍ଣ୍ଣାଟକରେ ଦୁଇଟି ଓମିକନ୍ କେସ୍ ଚିହ୍ନଟ ହୋଇଛି । ସେଠାରେ ବି ମଦୁରାଇ ଭଳି କଟକଣା ଜାରି କରିଛି ପ୍ରଶାସନ । ଟିକାର ଦୁଇଟି ଡୋଜ୍ ନେଇ ନଥିଲେ ମଲ୍, ସିନେମା ହଲ, ହୋଟେଲ୍ ଭଳି ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ମିଳିବ ନାହିଁ ।

Comments are closed.