Latest Odisha News

BREAKING NEWS

ଦୁର୍ବଳ ହେଉଛି ଜଓ୍ବାଦ୍, ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି

ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ଜଓ୍ବାଦ । ଅବପାତରେ ପରିଣତ ହେଲା ବାତ୍ୟା । ବର୍ତ୍ତମାନ ଏହା ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏବେ ପୁରୀ ଉପକୂଳରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗର ୭୦ କିଲୋମିଟର ଓ ଗୋପାଳପୁର ଠାରୁ ୧୦୦ କିମି ଦୂରରେ ରହିଛି । ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଛି ଜଓ୍ବାଦ ।

ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିଛି । ଜଓ୍ବାଦ ପ୍ରଭାବରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ଯାଏ ବହୁଛି । ଅନ୍ୟପଟେ ଉତ୍ତର ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ । ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଢ଼େଙ୍କାନାଳ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Comments are closed.