Latest Odisha News

BREAKING NEWS

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା-ଭିକି କୌଶଲ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ସେଲିବ୍ରିଟି ଲଭ ବର୍ଡ । କଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ ମେହେନ୍ଦୀ ସରିଥିଲା । ଗତକାଲି ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । କଟ୍ରିକନାଙ୍କ ମେହେନ୍ଦୀ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ବିବାହ ପାଇଁ ୬ ତାରିଖରୁ ରାଜସ୍ଥାନରେ ଅଛନ୍ତି କଟ୍ରିନା ଓ ଭିକି କୌଶଲ । ଦୁଇ ପରିବାର ସଦସ୍ୟା ଓ ଅତିଥି ବି ପହଞ୍ଚି ସାରିଛନ୍ତି । ବିବାହରେ ୧୨୦ ଜଣ ସାମିଲ ହେଉଛନ୍ତି । ଯେଉଁଥିରେ ଅଛନ୍ତି ପରିବାର ଲୋକ, କିଛି ଫ୍ରେଣ୍ଡସ୍ ଓ ବି-ଟାଉନର ସେଲିବ୍ରିଟି । ହିନ୍ଦୁ ରୀତିନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି  । ଅପରାହ୍ଣ ସାଢ଼େ ୩ଟାରୁ ୩ଟା ୪୫ ମିନିଟ ଭିତରେ ଦହେଁ ସାତ ଫେରା ନେବା ବୋଲି ସୂଚନା ମିିଳିଛି ।

ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ କଟକଣା ଲାଗିଛି । ଅତିଥି କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ । ଓ୍ୱେଡିଂ ଭେନ୍ୟୁରେ କୋଭିଡ୍ ଟେଷ୍ଟିଂ ବ୍ୟବସ୍ଥା ବି ହୋଇଛି । ଅତିଥି ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଲାଗିଛି କଟକଣା । ବିବାହ ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ କରିଛନ୍ତି କଟ୍ରିନା ଓ ଭିକି ।

Comments are closed.