Latest Odisha News

BREAKING NEWS

 ରାୱଡି ରାଠୋର ସିକ୍ୱେଲ ପାଇଁ ଅଂଟା ଭିଡିଲେ ଅକ୍ଷୟ, କାହାଣୀ ଲେଖିବେ ବାହୁବଳୀ ଫେମ୍ କେଭି ଭିଜେନ୍ଦ୍ର

ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ରାୱଡି ରାଠୋର ସିକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅକ୍ଷୟ ମଧ୍ୟ ଏ ନେଇ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଏସଏସ ରାଜମୌଲୀଙ୍କ ବାପା ତଥା ବାହୁବଳୀ ଫେମ୍ କେଭି ଭିଜେନ୍ଦ୍ର ପ୍ରସାଦ ଏହାର କହାଣୀ ଲେଖିବେ । ସଞ୍ଜୟ ଲୀଲା ଭନ୍ସାଲି ଏ ନେଇ ଭିଜେନ୍ଦ୍ରଙ୍କ ସହ ଯୋଗାଯୋଗ କରିଛନ୍ତି । ସେ ଖୁବ୍ ଶୀଘ୍ର କାହାଣୀ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି । ଏହା କେବଳ ହିନ୍ଦୀ ଭାଷାରେ ନିର୍ମିତ ହେବ ।

ସୂଚନାଯୋଗ୍ୟ, ରାୱଡି ରାଠୋର ତେଲୁଗୁ ଫିଲ୍ମ ବିକ୍ରମାର୍କୁଡୁର ରିମେକ ଅଟେ । ଭିଜେନ୍ଦ୍ର ଏହାର କାହାଣୀ ଲେଖିଥିଲେ । ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଦେବେ କି ନାହିଁ ତାହା ଚୂଡାନ୍ତ ହୋଇନି । ଫିଲ୍ମ ବର୍ତମାନ ପ୍ରିପ୍ରଡକ୍ସନ ଷ୍ଟେଜରେ ରହିଛି ।

Comments are closed.