Latest Odisha News

[ଭିଡିଓ] ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଚୁଟି କାଟୁଛନ୍ତି ଭାରତୀୟ ମହାକାଶଚାରୀ

ଭୁବନେଶ୍ୱର: ସ୍ପେସ୍ ସେଲୁନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ସ୍ପେସ୍ ସେଲୁନ ନାମକ ଶବ୍ଦ ପଢି ଆପଣଙ୍କ ମନରେ ସାମାନ୍ୟ ଭ୍ରମ ସୃଷ୍ଟି ହୋଇଥିବ । ତେବେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଉତ୍ତୋଳନ ହୋଇଥିବା ଏକ ଭିଡିଓକୁ ଦେଖିଲେ, ଆପଣ ସମସ୍ତ ଘଟଣା ବୁଝିପାରିବେ ।

ଏହି ଭିଡିଓରେ ଦୁଇଜଣ ମହାକାଶକାରୀଙ୍କୁ ଦେଖାଯାଇପାରେ । ଜଣେ ଆଣ୍ଠେଇଥିଲାବେଳେ ଅନ୍ୟ ଜଣେ ଟ୍ରିମର୍ ଜରିଆରେ ତାଙ୍କ ଚୁଟି କାଟିବାରେ ଦେଖାଯାଇପାରେ । ଏହି ଭିଡିଓଟିକୁ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ଅନ୍ତରୀକ୍ଷ ଯାତ୍ରୀ ମାଥିଆସ୍ ମୌରର୍ ସେୟାର କରିଛନ୍ତି । ଏଥିରେ ଖୋଦ ମୌରର୍ ବସିଥିବାବେଳେ ଭାରତରେ ଜନ୍ମିତ ନାସା ମହାକାଶକାରୀ ରାଜା ଚାରି ତାଙ୍କ ଚୁଟି କାଟିବାରେ ଦେଖିବାକୁ ମିଳିଥିଲା ।

ସ୍ପେସ୍ ଷ୍ଟେସନରେ ସାଧାରଣ ଟ୍ରିମର୍ ବ୍ୟବହାର କଲେ କଟାଯାଇଥିବା ଚୁଟି ଏପଟେସେପଟେ ଉଡି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ । ହେଲେ ଭିଡିଓରେ ଥିବା ଟ୍ରିମର୍ କିନ୍ତୁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଛି । ଏଥିରେ ଥିବା ଭାକ୍ୟୁମ୍ ସିଷ୍ଟମ୍ କଟାଯାଇଥିବା ଚୁଟିକୁ ତୁରନ୍ତ ଶୋଷିନେଇଥାଏ ।

Comments are closed.