Latest Odisha News

କମୁଛି ଶୀତ ଲହରୀ, କାଲିଠୁ ବଦଳିବ ପାଗ

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତି । କମୁଛି ଶୀତ ଲହରୀ । ଉପରମୁହାଁ ରହିଛି ପାରଦ । ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିଛି । ଯାହାଫଳରେ କିଛି ଶୀତ କମିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୪.୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଉପକୂଳ ଓଡ଼ିଶାରେ ଏହା ୨.୨ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି । କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ ।

ଆଗକୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ । ୨୭ତାରିଖରୁ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହିବା ପରିବର୍ତ୍ତେ ବଙ୍ଗୋପସାଗରରୁ ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ । ଯାହାଦ୍ୱାରା ରାଜ୍ୟର କିଛି କିଛି ସ୍ଥାନରେ ୨୭ରୁ ୨୯ତାରିଖ ଯାଏଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୮ତାରିଖରେ ୧୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୯ତାରିଖରେ ୮ଟି ଜିଲ୍ଲାରେ ସାମାନ୍ୟ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.