Latest Odisha News

BREAKING NEWS

ବାପା: ଏକ ଗ୍ରୀଷ୍ମଗୀତ

ବାପା: ଏକ ଗ୍ରୀଷ୍ମଗୀତ
ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର

ଖରାନାହିଁ ,ନାହିଁ ବର୍ଷା,
ଶୀତ କି ଶରତ,
ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ
ଦଦରା କୁମ୍ଭପକା ଗାମୁଛା ଖଣ୍ଡେ
ବିତିଲା ବସନ୍ତ ,
ଝାଳରେ ଲେସି ହୋଇ ଯାଇଥିବା
ରାମାନନ୍ଦି ତିଳକ ପରି
ଧରାର କପାଳ ,
ବାପାଙ୍କ କାନ୍ଧରେ ଝୁଲେ
ଶ୍ୱେତ ଉପବିତ ।

ପୋଡିଲା ଅରଣ୍ୟ ଦିଶେ ରୁକ୍ଷ
ତୁଳସୀମାଳା ପରି
ନଈ ଏକ
ଖୋଲାଛାତିର ଗଣ୍ଡରେ
ଅଟକେ ,ଶୁଖେ ,
ନଈକୂଳରେ
ଯିଏ ଯାହାର ଅହଂକାର ଧରି
ବାଲି ଉଖାରନ୍ତି
ନାତି, ନାତୁଣୀ, ପୁଅ ବୋହୁ
ଆଉ ଶାଶୁଘରକୁ ଯାଇଥିବା ଝିଅ।

ବାପା, ବୈଶାଖ ଦିପହରର
ଗୀତା, ଭାଗବତ,
ତାତିଲା ଝାଉଖରାରେ
ନିଜକୁ ଓଲଟାଇ ଫର୍ଦ ଫର୍ଦ
ଆଁ କାନ୍ଥର ଢବାଘରେ ଯିଏ
ସାଧୁଥାନ୍ତି ଜ୍ଞାନଯୋଗ ।

ସୁବର୍ଣ୍ଣପୁର -୭୬୭୦୧୭
ମୋ. ୮୮୯୫୮୦୮୦୫୦

Leave A Reply

Your email address will not be published.