Latest Odisha News

କବିତା : ଠିକଣା

ଅର୍ଚ୍ଚିତା ରାଉତ 

କେଜାଣି କୋଉ ଖୁସିରେ
ମୁଁ ସବୁ କଷ୍ଟ ଭୁଲି ଆନନ୍ଦିତ ହୋଇଯାଏ?

ପୁଣି ଭାବେ ଯୋଉଥିପାଇଁ ଖୁସି ଅଛି
ତାହା ସତରେ ଠିକ ତ!
ନା ମୋ ଭୁଲ ବୁଝାମଣା।

ଥରେ ପାଟି ଖୋଲି କୁହ ତ
ପ୍ରକୃତରେ ମୋ ପାଇଁ
ତୁମ ମନରେ କଣ ଅଛି?

ପ୍ରତିଦିନ ଭୋକର ଜ୍ୱାଳାରେ
ଡହଳବିକଳ ହେଲା ଭଳି
ତୁମ ପ୍ରତିକ୍ରିୟାକୁ ଚାହିଁ ରହିଛି।

ଛଟପଟ ହେଉଛି
ସ୍ଥଳଭାଗରେ ମତ୍ସ୍ୟଟିଏ
ରହି ଯେମିତି ହୁଏ।

ତୁମ ମନ ଭିତରେ ଏବେ
ବହୁତ ଅହମିକା
ଠିକ ନା।

ଅତୀତରେ ତ ସର୍ବସ୍ବ ଦେବା
ପାଇଁ ପ୍ରସ୍ତୁତ ଥିଲ..
ପୁଣି ବର୍ତ୍ତମାନ ହେଲା
କ’ଣ?

ଓଃ….
ମୋଠାରୁ ବୋଧେ
ଆଉ କାହାର ସ୍ପର୍ଶ
ବେଶ ଆକୃଷ୍ଟ କଲା ତୁମକୁ!

କାହିଁକି ଚୁପ ରହିଯାଉଛ
ମୁଁ ଶ୍ୱାସରୁଦ୍ଧ ହେଇଗଲିଣି
ଜାଣିନି କେବେ ଜୀବନ ଦୀପଟି ଲିଭିଯିବ!

ଆଉ ହଁ ମନେରଖ
ଯଦି କାହା ପାଇଁ ଆଜି ହୃଦୟ
ମୋର କାନ୍ଦୁଛି
ତାହେଲେ ଉତ୍ତର ହେବ ତୁମେ।

Comments are closed.