କୋଲକାତା:ଟିଏମସି ନେତା ବାବୁଲ ସୁପ୍ରିୟୋ ୩ୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ, ବାପା ଓ କିଛି କର୍ମଚାରୀଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ସେ ସେସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ବାବୁଲ କକଟେଲ ଶଟର ମୂଲ୍ୟ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ କକଟେଲ ଶଟର ମୂଲ୍ୟ ୬୧ ହଜାର ରହିଛି ।
ଏହାକୁ ସାଧାରଣ ଏବଂ ଗରୀବ ଲୋକ କିପରି ଭରଣା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୨୦୨୦ ନଭେମ୍ବର ଓ ୨୦୨୧ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିଲେ । ଓମିକ୍ରନ ଭାରତରେ ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଥିଲେ ମଧ୍ୟ ଏବେ ବି ଲୋକମାନେ ସତର୍କତା ଅବଲମ୍ବନ କରୁ ନାହାନ୍ତି ବୋଲି ବାବୁଲ କହିଛନ୍ତି ।
Comments are closed.