ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୯ ବର୍ଷରୁ କମ ବିଶ୍ୱକପ୍ ବିଜୟୀ ଟିମକୁ ପୁରସ୍କାର ବର୍ଷା। ବିସିସିଆଇ ପକ୍ଷରୁ ପୁରସ୍କାର ଘୋଷଣା କରିଛନ୍ତି ସମ୍ପାଦକ ଜୟ ଶାହ। ବିଶ୍ଵ ବିଜେତା ଟିମ୍ ପ୍ରତି ଖେଳାଳିଙ୍କୁ ୪୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ସେହିପରି ସପୋର୍ଟ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଘୋଷଣା କରିଛି ବିସିସିଆଇ ।
ରେକର୍ଡ ପାଞ୍ଚ ଥର ୧୯ ବର୍ଷରୁ କମ ବିଶ୍ୱକପ୍ ବିଜେତା ହୋଇଛି ଭାରତ। ପୂର୍ବରୁ ୨୦୦୦, ୨୦୦୦୮, ୨୦୧୨, ୨୦୧୬ରେ ଟିମ୍ ଇଣ୍ଡିଆ ଚାମ୍ପିଅନ ହୋଇଥିଲା। ଚଳିତ ବର୍ଷ ପୁଣି ଥରେ ଚାମ୍ପିଅନ ହେବ ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। 
Comments are closed.