ଆମ ଚାରିପାଖରେ ଅନେକ ଘଟଣା ଘଟିଚାଲିଛି । ରହସ୍ୟମୟ ଦୁନିଆ ଭିତରେ ଆମେ ରହିଛେ। ପ୍ରତିଦିନ କିଛି କିଛି ରହସ୍ୟମୟ ଘଟଣା ଆମ ସାମନାକୁ ଆସୁଛି। ଏଇ ଯେମିତି ରିଦମିକ୍ ସ୍ପ୍ରିଙ୍ଗ । ଏହା ହେଉଛି ଏକ ଝରଣା । ଆମେରିକାର ୱାୟୋମିଙ୍ଗ ପର୍ବତରୁ ବାହାରିଥିବା ଛୋଟ ଝରଣା। । ହେଲେ ଏହା କୌଣସି ସାଧାରଣ ଝରଣା ନୁହେଁ। ରହସ୍ୟମୟ ହେଉଛି ଏହି ଝରଣା। ଯାହା ପ୍ରବାହିତ ହୋଇଥାଏ ହେଲେ ପ୍ରତି ୧୫ମିନିଟରେ ଆପେ ଆପେ ବନ୍ଦ ହୋଇଯାଏ ।
ସ୍ଵିଫ୍ଟ କ୍ରିକ୍ ଉପତ୍ୟକାରୁ ସେହି ଛୋଟ ଝରଣା ପ୍ରବାହିତ ହୋଇଥାଏ । ଝରଣାର ବିଶେଷତ୍ୱ ହେଉଛି ଜଳ ପାହାଡ ମଧ୍ୟଭାଗରୁ ମୁଷଳ ଧାରାରେ ପଡିଥାଏ। କିନ୍ତୁ ଏହା ପରେ ପାଣି ମଝିରେ ମଝିରେ ଅଟକିଯାଏ। ପ୍ରାୟ ୧୫ ମିନିଟ୍ ଅଟକିବା ପରେ, ଜଳ ସ୍ରୋତ ପୁଣି ଥରେ ପଡ଼ିବା ଆରମ୍ଭ କରେ। ଏହି ଚକ୍ର ପ୍ରତ୍ୟେକ ୧୫ ମିନିଟରେ ଥରେ ପୁନରାବୃତ୍ତି ହୋଇଥାଏ।
ୱାୟୋମିଙ୍ଗର ଏହି ଅଦ୍ଭୁତ ଝରଣା ଗ୍ରୀଷ୍ମ ଋତୁରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ଯେତେବେଳେ ଭୂମି ତଳ ଜଳ ପ୍ରବାହ କମ୍ ହୁଏ, ସେତେବେଳେ ଲୋକମାନେ ଏଠାକୁ ଆସି ଝରଣାକୁ ଉପଭୋଗ କରନ୍ତି ।
ଏ ଏହି ଘଟଣା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି। ପ୍ରାକୃତିକ ମନୋରମ ପରିବଶେରେ ଥିବା ଏହି ଝରଣାର ଦୃଶ୍ୟ ବି ବେଶ୍ ମନୋରମ। ହେଲେ ପ୍ରତି ସମୟରେ ପାଣି ଅଟକିବା ନେଇ ଅନେକ ପ୍ରଶ୍ନ?
ଏହି ଘଟଣା ନେଇ ବୈଜ୍ଞାନିକ ମାନେ ବି ଫେଲ୍ ମାରିଛନ୍ତି । ବହୁ ଚେଷ୍ଟା କରି ଏହାର ରହସ୍ୟ ଏପର୍ଯ୍ୟନ୍ତ କେହି ବି ଉନ୍ମୋଚନ କରିପାରିନାହାନ୍ତି । ଏବେ ବି ଏହି ରିଦମିକ୍ ସ୍ପ୍ରିଙ୍ଗ ରହସ୍ୟ ରହସ୍ୟ ଭିତରେ ହିଁ ରହିଛି ।
BREAKING NEWS
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ


Comments are closed.