Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ରାହୁଲ, ଅକ୍ଷର

ନୂଆଦିଲ୍ଲୀ:ଫେବୃୟାରୀ ୧୬ରୁ ଇଡେନଗାର୍ଡେନରେ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ଟିମ ଇଣ୍ଡିଆର ୨ ମ୍ୟାଚ ବିଜେତା କେଏଲ ରାହୁଲ ଓ ଅକ୍ଷର ପଟେଲ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ତମାନ ଟିମ କମ୍ବିନେଶନ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଏହି ସିରିଜରେ ୩ଟି ମ୍ୟାଚ ଖେଳାଯିବ । ବିସିସିଆଇ ପକ୍ଷରୁ ଉପରୋକ୍ତ ଦୁଇ ଖେଳାଳି ଓହରିବା ନେଇ ସୂଚନା ଦିଆଯାଇଛି । ଋତୁରାଜ ଗାଏକ୍ୱାଡ ଓ ଦୀପକ ହୁଦା ତାଙ୍କ ସ୍ଥାନରେ ଦଳରେ ସାମିଲ ହେବେ ।

ଟି୨୦ ଟିମ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶାନ, ବିରାଟ କୋହଲି, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଭେଙ୍କେଟେଶ ଆୟାର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜଭେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାଁ, ହର୍ଷଲ ପଟେଲ, ଋତୁରାଜ ଗାଏକ୍ୱାଡ, ଦୀପକ ହୁଦା

Comments are closed.