Latest Odisha News

BREAKING NEWS

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ ସହଯୋଗୀ ଦଳଙ୍କୁ ୨୪୦ରୁ ଅଧିକ ଆସନ ମିଳିବ ବୋଲି ଆକଳନ କରିଛନ୍ତି ।

ଅଖିଳେଶଙ୍କ ସମାଜବାଦୀ ପାର୍ଟିକୁ ୧୪୦ରୁ ଅଧିକ ସିଟ୍ ମିଳିବ ବୋଲି କହିଛନ୍ତି । ବିଏସପିକୁ ୧୦ରୁ ଅଧିକ ଓ କଂଗ୍ରେସକୁ ୪ଟି ଆସନ ମିଳିପାରେ । ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ଟି ଆସନର ଆବଶ୍ୟକତା ରହିଛି ।

ଏକଜିଟ୍ ପୋଲ୍ ଆକଳନ କହୁଛି, ପଞ୍ଜାବରେ ବଦଳିପାରେ ସରକାର । ଆମ ଆଦମୀ ପାର୍ଟି ଗଢ଼ିପାରେ ସରକାର । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୫୯ । ପଞ୍ଜାବରେ ଆପ୍‌ ଏଠାରେ ୬୦ରୁ ଅଧିକ ଆନରେ ଜିତିପାରେ । କଂଗ୍ରେସ ପଞ୍ଜାବରେ ବିରୋଧୀ ଆସନରେ ବସିବ ବୋଲି ଏକଜିଟ୍ ପୋଲ୍ କହୁଛି । କଂଗ୍ରେସକୁ ୨୮, ଶିରୋମଣି ଅକାଳି ଦଳକୁ ୧୯ ଆସନ ମିଳିବାର ସମ୍ଭାବନା ରହିଛି ।

ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି । ଏହି ଦୁଇ ରାଜ୍ୟରେ ବିଜେପି ଓ କଂଗ୍ରେସ ଭିତରେ କାଣ୍ଟେ କା ଟକ୍କର ହେବ । ସେପଟେ ମଣିପୁରରେ ପୁଣି ଥରେ ବିଜେପି ସରକାର ଗଢ଼ିବ ବୋଲି ବୁଥ୍ ବାହୁଡ଼ା ମତ ଦର୍ଶାଉଛି । ଆସନ୍ତା ୧୦ ତାରିଖରେ ଗଣତି ପରେ ଜଣା ପଡିବ କେତେ ଏକଜାଟ୍ ହେଉଛି ଏକଜିଟ୍ ପୋଲ୍ ।

Comments are closed, but trackbacks and pingbacks are open.