Latest Odisha News

BREAKING NEWS

ଶିଶୁ କବିତା : ପତର

ପ୍ରତିଭା ସାହୁ 

ପତର ପତର ନାଆଁଟି ପତର
ଛୋଟ ବଡ଼ ମୋ ଆକାର
ଦେହଟି ମୋହର ସବୁଜ ରଙ୍ଗର
ସଦା କରେ ଉପକାର ।।

ଅନେକ ସୁଗୁଣ ରହିଛି ମୋ ପାଖେ
ପତରୁ ହୁଏ ଔଷଧ
ହୋମ ଯଜ୍ଞ ଆଦି ପୂଜା ପାର୍ବଣରେ
ଲୋଡା ହୁଏ ମୁଁ ଆଦ୍ୟ ।।

ଜାତି ଜାତିକା ପତରରେ ମୋର
ରନ୍ଧା ହୁଏ ପୁଣି ଶାଗ
ରକ୍ତ ହୀନତାକୁ ଦୂର କରିଥାଏ
ଲୌହସାର ମିଳେ ଆଗ ।।

ଗଛର ମୁଁ ଅଟେ ରୋଷେଇ ଘର
ଦିଶୁଥାଏ ଭାରି ସୁନ୍ଦର
ଖାଦ୍ୟ ତିଆରିରେ ବିଶେଷ ଭୂମିକା
ଅମ୍ଳଜାନ ଦିଏ ପ୍ରଚୁର ।।

ବଇଣ୍ଡା ହାଇସ୍କୁଲ ରୋଡ୍ (ଅନୁଗୋଳ)

Comments are closed.