Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର ସମସ୍ତ ଖର୍ଚ୍ଚ ପରିବହନ କରିବାକୁ ମାନି ନେଇଥିଲା ।

ଶେଷରେ ସଫଳ ହୋଇଛି ୧୨ଘଣ୍ଟିଆ ବନ୍ଦ ଡାକରା। ଏଥିରେ ମୁଣ୍ଡ ନୁଆଁଇଛି ଏମସିଏଲ । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର ସମସ୍ତ ଖର୍ଚ୍ଚ ପରିବହନ କରିବାକୁ ମାନି ନେଇଥିଲା । ଫଳରେ ୧୨ଘଣ୍ଟିଆ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା । ରାଜ୍ୟ ସରକାର ଜାଗା ଯୋଗାଇଦେବା ପରେ ୨୦୧୪ ରୁ ତାଳଚେର ମେଡିକାଲ କଲେଜ ପାଇଁ କୋଠା ନିର୍ମାଣ ସରିଛି ।

ହେଲେ ଆଜିଯାଏ ମେଡିକାଲ କଲେଜ କାର୍ୟ୍ୟକ୍ଷମ ହୋଇ ପାରୁ ନାହିଁ କିମ୍ବା ଛାତ୍ରଛାତ୍ରୀଙ୍କ ନାଁ ଲେଖା ହେଉ ନାହିଁ । କେନ୍ଦ୍ର ସରକାର ଓ ଗଉଖ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା । ହେଲେ ଆନ୍ଦୋଳନ ପରେ ପରେ ଏହି ସମସ୍ତ ନୀତିରୁ ଓହରିବା ସହିତ ସମସ୍ତ ସର୍ତ୍ତରେ ରାଜି ହୋଇଛି ।

ମେଡିକାଲ କଲେଜ ହେଲେ ଅନୁଗୁଳବାସୀଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକ ଉପକୃତ ହେବା ସହ ରାଜ୍ୟରେ ଥିବା ଡାକ୍ତର ଅଭାବୀ ଦୂର ହୋଇ ପାରିବ । ହେଲେ ଏ ଦିଗରେ କୋଠା ନିର୍ମାଣର ୮ ବର୍ଷ ପରେ ମଧ୍ୟ ମେଡିକାଲ କଲେଜ ଚାଳନା ନେଇ କୌଣସି ଅଗ୍ରଗତି ହେଉନାହିଁ ଆନ୍ଦୋଳନ। ଯାହାର ବିରୋଧ କରି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଥିଲା । ଏହାସହ ତାଳଚେର ଷ୍ଟେସନରୁ ସିଧାସଳଖ ଅନୁଗୁଳକୁ ରେଳ ଏବଂ କଣିହାଁକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା ।

ଦାବି ପୂରଣ ହୋଇଥିବା ବେଳେ ୧୨ଘଣ୍ଟିଆ ବନ୍ଦରୁ ଓହରିଥିଲେ ବିକ୍ଷୋଭକାରୀ। ଆଉ ଜନଜୀବନ ସ୍ୱାଭାବିକ ହୋଇଥିଲା।

 

 

Leave A Reply

Your email address will not be published.