Latest Odisha News

BREAKING NEWS

କୋଇଲା ସଙ୍କଟରେ ମୁଣ୍ଡ ପୂରେଇବେନି ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଇଲା ସଙ୍କଟ ବିବାଦରେ ହାଇକୋର୍ଟ ଆଉ ମୁଣ୍ଡ ପୂରେଇବେନି । ଅର୍ଥାତ୍ କୋଇଲା ଅଭାବକୁ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାର ଆଉ ଶୁଣାଣି ହେବନି ।

ଗୁରୁବାର ହାଇକୋର୍ଟ ଏନେଇ ଦାଖଲ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର ଏବଂ ଜଷ୍ଟିସ୍ ଆର. କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଶୁଣାଣି କରିବାକୁ ସିଧା ମନା କରିଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ, “ଯେହେତୁ ଏହି ମାମଲା ଗୁଡ଼ିକ ନୀତି ବନ୍ଧିତ ଏବଂ ଜଟିଳ ପରିସ୍ଥିତି ସହ ବିତୁଛି । କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ଏବଂ ଏକ ସୀମା ମଧ୍ୟରେ ରହିବାକୁ କୋର୍ଟ ସ୍ଥିର କରିଛନ୍ତି । ”

ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିଥିଲେ ଯେ, କେନ୍ଦ୍ର ସରକାର, ଖଣି ମନ୍ତ୍ରାଳୟ, ରେଳ ବୋର୍ଡ, ଆବେଦନକାରୀ କମ୍ପାନୀ ପ୍ରତିନିଧି ଦଳ, ଉକ୍ରଳ ଚାମ୍ବର ଅଫ୍ କମର୍ସ ଏବଂ ଜିଲ୍ଲାସ୍ତରୀୟ ଲଘୁ ଉଦ୍ୟୋଗ ସଂଗଠନକୁ ନେଇ ଏକ ମିଳିତ ବୈଠକ ହେଉ । ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବୈଠକ ହୋଇ ନିଷ୍କର୍ସ ମଧ୍ୟ ବାହାରିଥିଲା ।

ମିଳିତ ବୈଠକର ନିଷ୍କର୍ସ ଥିଲା ଯେ, କୋଇଲା କମ୍ପାନୀ ସର୍ବନିମ୍ନ କୋଇଲା ଯୋଗାଣ କରିବେ । ଯଦି ରେକ୍ ର ଅଭାବ ହୁଏ ତେବେ ସ୍ଥଳପଥ ବା ରାଜପଥ ବ୍ୟବହାର କରି ଯୋଗାଣ କରିବେ ।
ତେବେ ଗୁରୁବାର ହାଇକୋର୍ଟ ଏହି ନିଷ୍କର୍ସ ଶୁଣିବା ପରେ ଏହି ମାମଲାରେ ଆଉ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.