Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ଇସ୍ତଫା ବିଜେପି ଲେଖିଛି

ଭୁବନେଶ୍ୱର: ବୁଧବାର ସକାଳୁ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକଙ୍କ ପାଇଁ ବିଜେପି ଇସ୍ତଫା ଲେଖିଦେଇଛି । ଇସ୍ତଫା ପତ୍ରରେ କଂଗ୍ରେସର ରାଜ୍ୟ ନେତା ଏବଂ ଦିଲ୍ଲୀ ସ୍ତରୀୟ ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଅତ୍ୟନ୍ତ କଟୁ ସମାଲୋଚନା କରିଛନ୍ତି ହାର୍ଦ୍ଦିକ ।

ଗୁଜୁରାଟରେ ଥିବା ନେତା ଦିଲ୍ଲୀରୁ ଆସୁଥିବା ନେତାଙ୍କ ପାଇଁ କେବଳ ଚିକେନ୍ ସାଣ୍ଡୱିଚ୍ ଯୋଗାଡ଼ କରିବା ପାଇଁ ଅଛନ୍ତି । ଏହା ବ୍ୟତୀତ କୌଣସି କାମ କରୁନାହାନ୍ତି । ଧାରା-୩୭୦, ରାମ ମନ୍ଦିର ନିର୍ମାଣ ଏବଂ ଜିଏସଟି ଭଳି ବିଜେପି ଉତ୍ପାଦକୁ କଂଗ୍ରେସ କେବଳ ରାସ୍ତା ବନ୍ଦ କରିଛି ବୋଲି ସେ କହିଛନ୍ତି ।

ତେବେ ହାର୍ଦ୍ଦିକଙ୍କ ଇସ୍ତଫା ଓ ଏଭଳି କଟୁ ସମାଲୋଚନାରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶକ୍ତିସିହ୍ନ ଗୋହିଲ । ହାର୍ଦ୍ଦିକଙ୍କ ପାଇଁ ବିଜେପି ଏହି ଇସ୍ତଫା ଲେଖିଦେଇଛି ବୋଲି କହିଛନ୍ତି ଶକ୍ତିସିହ୍ନ । ସେ କହିଛନ୍ତି ଯେ, କଂଗ୍ରେସ ଛାଡୁଥିବା କୌଣସି ନେତା ଏଭଳି ଇସ୍ତଫା ଲେଖିପାରିବେନି ।

ଯଦି ବିଜେପି ଏହି ଇସ୍ତଫା ଲେଖୁନଥିଲେ ସମସ୍ତଙ୍କ ଶବ୍ଦ ସମାନ ହୋଇନଥାନ୍ତା ବୋଲି କହିଛନ୍ତି ଶକ୍ତିସିହ୍ନ । ହାର୍ଦ୍ଦିକଙ୍କ ସ୍ଥାନ ଦଳରେ ବେଶ୍ ଭଲ ଥିଲା । ସେ ରାହୁଲ ଗାନ୍ଧୀଙ୍କ ସହ ବସୁଥିଲେ । ରାହୁଲଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣେଇପାରିଥାନ୍ତେ!

Leave A Reply

Your email address will not be published.