Latest Odisha News

BREAKING NEWS

[ଭିଡ଼ିଓ] ଗାଁରେ ମାଙ୍କଡ ଆତଙ୍କ:ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ

ପାରାଦୀପ: ଗାଁରେ ମାଙ୍କଡ ଆତଙ୍କ ।  କଲବଲ କରୁଛନ୍ତି ମଣିଷ କାମୁଡ଼ା ମାଙ୍କଡ଼ । ମାଙ୍କଡ଼ ଭୟରେ ଆତଙ୍କିତ ପାରାଦୀପ ମଙ୍ଗରାଜପୁର ପଂଚାୟତର ସନ୍ତରା, ତାଳପଦା, ହସିଣା ଗ୍ରାମବାସୀ । ଘରୁ ବାହାରିବାକୁ ଡରୁଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ । ଯଦି କିଏ ବି ଘରୁ ବାହାରୁଛନ୍ତି ତେବେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ବାହାରୁଛନ୍ତି । ମାଙ୍କଡ଼ ଆକ୍ରମଣରେ ପ୍ରାୟ ୧୫ ଜଣ ଲୋକ ଆହତ ହୋଇଛନ୍ତି । ଗାଇ ଗୋରୁ ମଧ୍ୟ ମାଙ୍କଡ଼ ଆକ୍ରମଣରୁ ବର୍ତୁନାହାନ୍ତି ।

ବନବିଭାଗ ମାଙ୍କଡ଼ ଧରାଳି ପଠାଇ ମାଙ୍କଡ଼ ଧରିବାକୁ ଲୋକେ ଦାବି କରିଛନ୍ତି । ଏପରିକି ଭୟରେ ଲୋକେ ଘର ତାଟି ପକାଇ ରହୁଛନ୍ତି । ୩ ଦିନ ହେଲା ଗାଁରେ ମାଙ୍କଡ଼ ପଶି ଉତ୍ପାତ ମଚାଉଛି । ଲୋକେ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ କର୍ମଚାରୀଙ୍କ ଆଗରେ ଦୁଇ ଜଣଙ୍କୁ ମାଙ୍କଡ଼ କାମୁଡ଼ିଥିବା ଲୋକେ କହିଛନ୍ତି । ଏତେ ଗଭୀର ଭାବେ କାମୁଡ଼ୁଛି ମାଂସ ଉଠାଇ ନେଉଛି ମାଙ୍କଡ । ପରିସ୍ଥିତି ଏପରି ହୋଇଛି ଲୋକେ ଘରୁ ବାହାରି ପାରୁନାହାନ୍ତି । ପିଲାମାନେ ସ୍କୁଲ ଯାଇପାରୁନଥିବା ବେଳେ ଲୋକେ ବଜାର ଘାଟ ଯାଇପାରୁନାହାନ୍ତି । ଗାଁରୁ ମାଙ୍କଡ଼ ଘଉଡ଼ାଇବା ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 

Leave A Reply

Your email address will not be published.