ଭୁବନେଶ୍ୱର: ରାଜଧାନୀ ଆସିଥିଲେ ରୋଜଗାର କରି ପେଟର ଭୋକ ମେଣ୍ଟାଇବାକୁ । ପେଟ ପାଇଁ ସଂଘର୍ଷ କରିବାକୁ ଯାଇ କେନ୍ଦ୍ରାପଡା ମାର୍ଶାଘାଇର ଜଣେ ସ୍ୱାମୀ ଏବଂ ସ୍ତ୍ରୀ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ଘରେ ରହୁଥିଲେ। ତାଙ୍କ ସହିତ ରହୁଥିଲା ତାଙ୍କର 10 ବର୍ଷର ଛୋଟ ଝିଅ। କିନ୍ତୁ ଘର ମାଲିକ ବାହାର କରିଦେବା ବେଳେ ଛୋଟ ଛୁଆଟିକୁ ବନ୍ଧା ରଖିଛି। ଯାହାକୁ ନେଇ ଗରିବ ମା’ ଏବେ ଥାନାର ଦ୍ୱାରସ୍ଥ ହୋଇଛି। ଏହି ଦୁଇ ଜଣ ହେଲେ ମାର୍ଶାଘାଇର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦନ୍ଦରି ପ୍ରଧାନ ।
ମଞ୍ଚେଶ୍ୱରର ବାବୁଲି ବିଶୋଇ, ଟୁନି ବିଶୋଇ ଏହି ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ସାହାରା ଦେଇଥିଲେ। ତିନି ବର୍ଷ ହେବ ସନ୍ତୋଷ ଏବଂ ତାର ପରିବାର ଏଠାରେ ବିନା ପଇସାରେ ରହୁଥିଲେ । ସେଠାରେ ଧୀରେ ଧୀରେ ସନ୍ତୋଷଙ୍କ କୁନି ଝିଅ ସହ ଘର ମାଲିକର ସମ୍ପର୍କ ବଢିଥିଲା । ଘର ମାଲିକର ପିଲାଛୁଆ ନଥିବାରୁ ନିଜ ପାଖରେ ନିଜ ପରିବାର କହି ପାଖରେ ରଖିଥିଲେ। ବିନା ଘର ଭଡାରେ ରହୁଥିବା ସନ୍ତୋଷ ପ୍ରଧାନ ପିଲାକୁ ଘର ମାଲିକ ସ୍ନେହ, ଶ୍ରଦ୍ଧା ଦେଖି ତାଙ୍କ ପାଖରେ ଛାଡି ଯାଇଥିଲେ ଗାଁକୁ ।
ହେଲେ ଗାଁରୁ ଫେରିବା ପରେ ଘର ମାଲିକର ବଦଳିଯାଇଥିଲା ହାବ ଭାବ । ସେ ସେହି ପିଲାର ଅସଲ ବାପା ଓ ମାକୁ ସ୍ୱୀକାର ଆଉ ପିଲା ନଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ଘର ଭଡା ନଦେଇ ରହୁଥିବାରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ଭଡା ବଦଳରେ ଝିଅକୁ ବନ୍ଧକ ରଖିବା କହି ଝିଅକୁ ଭୁଲି ଯିବାକୁ ବାବୁଲି ବିଶୋଇ ଏବଂ ଟୁନି ବିଶୋଇ କହିଥିବା ମନ୍ଦନ୍ଦରି ଅଭିଯୋଗ କରିଛନ୍ତି।
ତେବେ କୁନି ଝିଅକୁ ପାଇବାରେ ବିଳମ୍ବ ପଛରେ ମଞ୍ଚେଶ୍ୱର ଥାନାର ଅବହେଳା ବୋଲି ଅଭିଯୋଗ ହୋଇଛି। ସନ୍ତୋଷଙ୍କ ପତ୍ନୀ କହିଛନ୍ତି, ସେ ପ୍ରଥମେ ଏ ନେଇ ମଞ୍ଚେଶ୍ୱର ଥାନାରେ ଜଣାଇଥିଲେ। ହେଲେ ଏହି ମାମଲାକୁ ସେ ଗ୍ରହଣ କରିପାରିବେନି ବୋଲି କହିଥିଲେ ବୋଲି ଜଣାପଡିଛି। ଏହାପରେ ଡିସିପି ଅଫିସଙ୍କ ଦ୍ୱାରସ୍ଥ ହୋଇଥିଲେ ସନ୍ତୋଷ ଏବଂ ତାଙ୍କ ପତ୍ନୀ। ହୁଏତ ମଞ୍ଚେଶ୍ୱର ପୋଲିସ ସେତେବେଳେ ମାମଲାଟିକୁ ଗ୍ରହଣ କରିଥିଲେ ମାମଲାର ସମାଧାନ ହୋଇପାରିଥାନ୍ତା। କିନ୍ତୁ କେଉଁ କାରଣ ପାଇଁ ମାମଲା ଗ୍ରହଣ ନକରି ସଂପୃକ୍ତ ଗରିବ ମାକୁ ଫେରାଇ ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ନା ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ବାବୁଲି ସହିତ ଭଲ ସମ୍ପର୍କ ଅଛି ବୋଲି ଘଟଣାକୁ ଚାପି ଦେବାକୁ ପ୍ରୟାସ କରିଥିଲେ?
ଏବେ କୁନି ଝିଅକୁ ଉଦ୍ଧାର କରିବା ପାଇଁ ଏବେ ପୋଲିସ ଚାଇଲଡ ଲାଇନ ଆରମ୍ଭ କରିଛି ଅପରେସନ । ଦୁଇ ଦୁଇ ଥର ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସ କୁନି ଝିଅକୁ ରଖିଥିବା ବାବୁଲି ବିଶୋଇ ଘରକୁ ଯାଇଥିଲେ। ହେଲେ ସେଠାରେ ପୋଲିସକୁ ଚକମା ଦେଇ ବାବୁଲିର ପରିବାର ଖସି ଯାଇଛନ୍ତି। ଦୁଇ ଦୁଇ ଥର ପୋଲିସ ଓ ଚାଇଲଡ ଲାଇନର ରେସ୍କ୍ୟୁ ଅପରେସନରେ ଶେଷରେ ଫେଲ ମାରିଛି। ହେଲେ ଏବେ ବି ଝିଅକୁ ଖୋଜି ପାଇବାର ଆଶାରେ ରାଜଧାନୀରେ ଖୋଜି ବୁଲୁଛନ୍ତି ଦମ୍ପତି।
Comments are closed.