Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁଇସାଇଡ଼ ଜଙ୍ଗଲ: ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ

ଦିଲ୍ଲୀ : ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ

ଆମ ଚାରିପଟେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲିଛି । କିଛି ଜାଣତରେ ଆଉ କିଛି ଅଜାଣତରେ । କିଛି ଆମେ ଗ୍ରହଣ କରୁଛେ ଆଉ କିଛି ଚାହିଁଲେ ବି ଆମେ ଗ୍ରହଣ କରିପାରୁନାହୁଁ । ଯାହା କି ବଡ଼ ଆଶ୍ଚର୍ଯ୍ୟଜନକ ହୋଇପଡ଼ିଛି।   ଦୁନିଆ ଯେତେ ସୁନ୍ଦର ସେତିକି ରହସ୍ୟମୟ ଆଉ ବହୁତ ଭୟଙ୍କର ତଥ୍ୟ ବି ଲୁଚି ରହିଛି । ତେବେ ସେମିତି ଏକ ସୁନ୍ଦର ସ୍ଥାନ ରହିଛି । ହେଲେ ଘଟଣା ସେଠି ବଡ଼ ଭୟଙ୍କର ଘଟୁଛି। ଏହି କଥା ବିଶ୍ୱାସ ନହେଲେ ବି ସତ। ଏହି ସ୍ଥାନକୁ ଯେ କେହି ଯାଇ ବି ଆଉ ଫେରିପାରିନି।

ସେମିତି ଏକ ସ୍ଥାନ ହେଉଛି ଜାପାନରେ ଥିବା ଏକ ଜଙ୍ଗଲ । ଯାହାକି ସୁଇସାଇଡ଼ ଜଙ୍ଗଳ ଭାବେ ବେଶ ଜଣାଶୁଣା ।  ଜାପାନରୁ ଟୋକିଓରୁ ଦୁଇଘଣ୍ଟା ଦୂରରେ ସ୍ଥିତ ଜଙ୍ଗଲ ମାଉଣ୍ଟ ଫୁଜିରୁ ଉତ୍ତର-ପଶ୍ଚିମ ପଟରେ ଅବସ୍ଥିତ । ଜଙ୍ଗଲର କ୍ଷେତ୍ରଫଳ ପ୍ରାୟ ୩୫ ବର୍ଗ କିଲୋମିଟର୍ । ଏଠାରେ ଏତେ ଗଛ ରହିଛି ଯେ, ଆପଣ ଦୂର କୁ କିଛି ବି ଦେଖିପାରିବେ ନାହିଁ । ତେଣୁ ଏହି ଜଙ୍ଗଲକୁ ଗଛର ସମୁଦ୍ର ବୋଲି କୁହାଯାଏ ।

ଘନ ଗଛ କାରଣରୁ ଏଠାରେ ହଜିଯିବାର ଆଶଙ୍କା ଖୁବ୍ ଅଧିକ ରହିଛି । ଏଠାରୁ ବାଟ ଖୋଜି ବାହାରକୁ ଯିବା ବହୁତ୍ ମୁସ୍କିଲ୍ । ତେଣୁ ଏହି ଜଙ୍ଗଲକୁ ଆସିବା ପାଇଁ ଲୋକଙ୍କୁ ବାରଣ କରାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଜଙ୍ଗଲରେ ବହୁ ନକରାତ୍ମକ ଶକ୍ତି ବସବାସ କରୁଛନ୍ତି। ଏହାର ବହୁ ନଜିର ମଧ୍ୟ ରହିଛି।

ତେବେ ଆପଣ ଯଦି ଏଠାକୁ ଯାଆନ୍ତି ତେବେ ବିଭିନ୍ନ ପ୍ରକାର ମୋଟିଭେସନାଲ୍ ସାଇନ୍ ବୋର୍ଡ ଦେଖିବାକୁ ପାଇବେ । ଯେପରିକି; ନିଜର ପରିବାର ଓ ପିଲାମାନଙ୍କ ବିଷୟରେ ଚିନ୍ତା କରନ୍ତୁ, ଆପଣଙ୍କ ଜୀବନ ବାପା-ମାଆଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ଉପହାର ଇତ୍ୟାଦି । ପୌରାଣିକ କଥାକୁ ଯଦି ବିଶ୍ୱାସ କରିବା ତେବେ କୁହାଯାଏ ଯେ, ଜଙ୍ଗଲରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ଏଠାରେ ଘୂରି ବୁଲେ ।

ରିପୋର୍ଟ ମୁତାବକ, ୨୦୦୩ରେ ଏଠାରୁ ୧୦୫ଟି ଶବ ଜବତ କରାଯାଇଥିଲା । ଏମାନେ ସେଠାକୁ ଯାଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଖାଲି ସେତିକି ନୂହେଁ କୁହାଯାଏ ଯେ, ଜଙ୍ଗଲ ଖୁବ୍ ଘନ ଥିବା କାରଣରୁ ଏଠାକୁ ଆସୁଥିବା ଲୋକମାନେ ବାଟ ଭୁଲି ଯାଆନ୍ତି ଓ ନିଜେ ନିଜର ଜୀବନ ନେଇଯାଆନ୍ତି । ଜଙ୍ଗଲରେ ଜ୍ୱାଳାମୁଖୀ ବାହାରୁଥିବା କାରଣରୁ ଏଠାରେ ଆଇରନ୍ ଅଧିକ ମାତ୍ରାରେ ରହିଛି । ତେଣୁ ମାଗ୍ନେଟିକ୍ ଆଇରନ୍ ଥିବା ଯୋଗୁଁ କମ୍ପାସ ର କଣ୍ଟା ସ୍ଥିର ରୁହେ ନାହିଁ । ସବୁବେଳେ ମୁଭ୍ କରୁଥାଏ । ତେଣୁ ଯେକେହି ବି ଖୁବ୍ ସହଜରେ ଏଠାରେ ରାସ୍ତା ଭୁଲି ଯାଆନ୍ତି ।

ଏହି ଜଙ୍ଗଲକୁ ଯିଏ କେହି ବି ଯାଇଛି ଫେରିବାର ବାଟ ଭୁଲିଯାଇଛି। କିଛି ଲୋକ ସମ୍ପର୍ଣ୍ଣ ନିଖୋଜ ହୋଇଯାଇଥିବା ବେଳେ କିଛି ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ସତରେ କଣ ଏହି ଜଙ୍ଗଲରେ କିଛି ଅତୃପ୍ତ ଆତ୍ମାଙ୍କ ଯୋଗୁ ଏହି କାଣ୍ଡ ଘଟୁଛି ନା ଆଉ କିଛି ରହିଛି ରହସ୍ୟ। ଯାହା ଏବେ ବି ରହସ୍ୟଘେରରେ ରହିଛି ।

Leave A Reply

Your email address will not be published.