Latest Odisha News

BREAKING NEWS

ଭାଷା ଭାଗବତ : କ୍ଷତି ପୂରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮

ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ
ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ
ମୁଁ ହୋଇ ବେଶି ଭାଷାସକ୍ତ
ଲେଖୁଛିଁ ସ୍ପଷ୍ଟ ଭାବ, ମତ

ଏ ଭାଷା ହେଲେ ଲୋକାଦୃତ
ପୂର୍ଣ ହେବ ମୋ ମନୋରଥ
ଶିଶୁଂକୁ ଦେଇ ଏବେ ଧ୍ୟାନ
ଲେଖୁଛିଁ ପ୍ରାୟ ପ୍ରତିଦିନ

ସୁଦୃଢ଼ କଲେ ମୂଳଭିତ୍ତି
ଘଟିବ ଭାଷାର ଉନ୍ନତି
ହୋଇଛି ଯେତେ ଯାହା କ୍ଷତି
ଆଂଶିକ ରୂପେ ହେବ ପୂର୍ତି

ଅତି ଅତୀତାସକ୍ତ ହୋଇ
ଏ ଭାଷା ବଢ଼ିପାରୁନାହିଁ
ଏବେ ମୁଁ ଭବିଷ୍ଯତମୁଖୀ
କାମରେ ରହିଅଛି ଲାଖି

ବହୁସ୍ତରୀୟ ବ୍ୟବହାର
ହେଉନି ଆମର ଭାଷାର
ସାଂବାଦିକତା ଓ ସାହିତ୍ୟ
ମଧ୍ୟରେ ରହିଛି ସୀମିତ

ହୋଇଲେ ପ୍ରୟୋଗ ବିସ୍ତାର
ନିଶ୍ଚେ ଶୁଭିବ ଲୋକସ୍ବର
ତହିଁର ଯଥାର୍ଥ ଲିଖନ
ଯୋଗୁଁ ବଢ଼ିବ ଭାଷା ମାନ

 

Comments are closed.