Latest Odisha News

ଜ୍ୟୋତ୍ସ୍ନା ମିହିରଙ୍କ ‘ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା’ ଆଧାରିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

 

ଭୁବନେଶ୍ୱର : ଚିତ୍ରଶିଳ୍ପୀ ଜ୍ୟୋତ୍ସ୍ନା ମିହିରଙ୍କ ‘ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା’ ବିଷୟରେ ଆଧାରିତ ଏକ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ ଏହି ପ୍ରଦର୍ଶନୀରେ ସମୁଦାୟ ୨୨ଟି ଚିତ୍ରକୁ ସ୍ଥାନିତ କରାଯାଇଛି ।

ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ରଚିତ ଏକ କବିତା ପାଠୋତ୍ସବ ମଧ୍ୟ ଆୟୋଜିତ ହୋଇଯାଇଛି । ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ଆୟୋଜିତ ଏହି କବିତା ଆସରରେ ସ୍ଵର୍ଣ୍ଣଲତା ମହାପାତ୍ର , ଭାସ୍ଵତୀ ବସୁ, ଗୌରପ୍ରିୟା ଦାଶ, ସୁପ୍ରିୟା ପଣ୍ଡା, ଅର୍ଚ୍ଚନା, ଅଗ୍ନିବେଶ ମହାପାତ୍ର ଏବଂ ମିହିର ପଟ୍ଟନାୟକ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ଚିତ୍ର ଓ କବିତା ସମ୍ମିଳିତ ଏହି କାର୍ଯ୍ୟକ୍ରମକୁ ମିହିର ପାତ୍ର ସଂଯୋଜନା କରିଥିଲେ ଏବଂ ପରିଶେଷରେ ଶ୍ରୀମତୀ ମିହିର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.