ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି । ଯଦି ଏହା ନ ହୁଏ ତାହାହେଲେ ଭାରତ ହାତରୁ ଆୟୋଜକ ଅଧିକାର ଛଡାଇ ନିଆଯିବ ବୋଲି ଏଫଆଇଏଚ ଚେତାବନୀ ଦେଇଛି । ଏ ନେଇ ହକି ଇଣ୍ଡିଆର ସିଓଏକୁ ପତ୍ର ପଠାଯିବ ବୋଲି କୁହାଯାଇଛି । ଆସନ୍ତା ନଭେମ୍ବର ୪ ଓ ୫ରେ ଏଫଆଇଏଚର କାର୍ଯ୍ୟକାରୀ ବୈଠକ ବସିବ । ଏହା ମଧ୍ୟରେ ହକି ଇଣ୍ଡିଆକୁ ନିର୍ବାଚନ କରିବାକୁ ପଡିବ । ହକି ଇଣ୍ଡିଆ ଜାତୀୟ କ୍ରୀଡା ନୀତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ୩ ଜଣିଆ କମିଟି ଗଠନ କରିଛି । ନରିନ୍ଦର ବାତ୍ରାଙ୍କ ଆଜୀବନ ସଦସ୍ୟ, ଏଲିନା ନର୍ମାନଙ୍କୁ ସିଇଓ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ହାଇକୋର୍ଟ କହିଥିଲେ । ଏହା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା ।
BREAKING NEWS
- ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ, RTIରୁ ବଡ ଖୁଲାସା…
- ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ, ବିଚଳିତ ନହେବାକୁ ସରକାରଙ୍କ ଅପିଲ୍
- ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ: ୬ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ୨୩ ଛାତ୍ରଛାତ୍ରୀ
- ୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ସହର ବିକାଶ, ନୂଆ ପାର୍କିଂ ବ୍ୟବସ୍ଥା, ଭିତ୍ତିଭୂମି କାମ ଶେଷ କରିବାକୁ ନିର୍ଦ୍ଦେଶ
- ପାକିସ୍ତାନ ଶରଣରେ ମାଳଦ୍ୱୀପ ! ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାକିସ୍ତାନ ଗସ୍ତରେ ୨୦ ଚୁକ୍ତି ସ୍ୱାକ୍ଷରିତ
- ଟାଇଫୁନ୍ ଚମ୍ପି: ୧୦୦୦ରୁ ଅଧିକ ବିମାନ ବାତିଲ କଲା ତାଇୱାନ
- ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ
- ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା! ଆଜି ଲଘୁଚାପ, ୨୫ରେ ଅବପାତ
- ତିବ୍ଦତରେ ଶକ୍ତିଶାଳୀ ଭୂମିକମ୍ପ: ୧୬ ମୃତ, ବ୍ୟାପକ କ୍ଷୟକ୍ଷତି
- ‘ନିଜ ବିମାନକୁ ଫେରିଯାଅ’: ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିରଙ୍କୁ ଉପେକ୍ଷା କଲା ଇରାନ

Comments are closed.