ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗକୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଅର୍ଜୁନ ମୁମ୍ବାଇ ବଦଳରେ ଗୋଅ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏଥିନେଇ ସେ ଏନଓସି ମାଗିଛନ୍ତି । ଆଇପିଏଲରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨ଟି ମ୍ୟାଚ ଖେଳିଛନ୍ତି । ସେହିପରି ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କୁ ହରିୟାଣା ଓ ପୁଡୁଚେରୀ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମୁମ୍ବାଇରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଅର୍ଜୁନଙ୍କୁ କଡା ସଂଘର୍ଷ କରିବାକୁ ପଡୁଥିଲା । ଅପରପକ୍ଷରେ ଗୋଆରେ ଦକ୍ଷତା ପ୍ରଦର୍ଶନ ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବା ସମ୍ଭାବନା ରହିଛି । ଗୋଆ ଟିମକୁ ଜଣେ ବାମହାତୀ ପେସ ଅଲରାଉଣ୍ଡର ଆବଶ୍ୟକତା ଥିଲା ବୋଲି ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅର୍ଜୁନ ଏହି ଅଭାବ ପୂରଣ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.