Latest Odisha News

BREAKING NEWS

ଟାବଲେଟ୍ ନୁହେଁ, ବାହାଘର କାର୍ଡ

ନୂଆଦିଲ୍ଲୀ: ବିବାହକୁ ନେଇ ଯୁବପିଢି଼ଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି । ନୂଆ ନୂଆ ଡିଜାଇନିଂ ସାଙ୍ଗକୁ କ୍ରିଏଟିଭ୍ ଆଇଡିଆରେ ବିବାହ ସ୍ମୃତିକୁ ସମସ୍ତେ ସାଇତି ରଖିବାକୁ ଚାହୁଁଛନ୍ତି । ଗତବର୍ଷ ଆସାମର ଜଣେ ଓକିଲ ନିଆରା ବାହାଘର କାର୍ଡ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେମିତି ଆଉ ଏକ ନିଆରା ବିବାହ ନିମନ୍ତ୍ରଣ ନେଟିଜେନ୍ସଙ୍କ ମନ ମୋହିଛି ।

ଆପଣ ବି ଦେଖି ନିଅନ୍ତୁ । ଏ କୌଣସି ଔଷଧ ଗୋଲି ବା ଟାବଲେଟ୍ ନୁହେଁ । ଟାବଲେଟ୍ ଭଳି ଦେଖା ଯାଉଥିବା ଏ କାର୍ଡ ହେଉଛି ବିବାହ ନିମନ୍ତ୍ରଣ ମନ୍ତ୍ର । ନିଜ ବିବାହ ସ୍ମୃତିକୁ ସ୍ୱତନ୍ତ୍ର ଓ ଅନନ୍ୟ କରିବା ଲାଗି ଏଭଳି କ୍ରିଏଟିଭିଟି କରିଛନ୍ତି । ଟାବଲେଟ୍ ଖୋଳ ଭଳି ହୋଇଛି ବିବାହ କାର୍ଡ । ଯିଏ କେହି ବି ପ୍ରଥମେ ଏହି କାର୍ଡକୁ ଦେଖୁଛି ଟାବଲେଟ୍ ଷ୍ଟ୍ରିପ୍ ବୋଲି ଭାବୁଛି । କିନ୍ତୁ ଟିକିଏ ଭଲ କରି ଦେଖନ୍ତୁ । ଏହା ହେଉଛି ବିବାହ ନିମନ୍ତ୍ରଣ ପତ୍ର ।

କାର୍ଡରେ ବ୍ୟକ୍ତି ଜଣଙ୍କ ନିଜ ନାଁ ସହ ଭାବୀ ପତ୍ନୀଙ୍କ ନାଁ ଲେଖିଛନ୍ତି । ବିବାହ ତାରିଖ, ପ୍ରୀତି ଭୋଜନ ସମୟ ସହ କାର୍ଡରେ ଅନ୍ୟ କାର୍ଯ୍ୟକ୍ରମ ନାଁ ଉଲ୍ଲେଖ ରହିଛି । ଏବେ ଏହି ମ୍ୟାରେଜ୍ ଇନଭାଇଟେସନ୍ କାର୍ଡଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାର୍ଡରେ ଲେଖା ଯାଇଛି ଏଝିଲାରାସନ୍ ଆଣ୍ଡ୍ ବସନ୍ତକୁମାରୀ ୱେଡିଂ । ବିବାହ ତାରିଖ ସେପ୍ଟେମ୍ବର ୫ ଥିବାବେଳେ ସମସ୍ତଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆଯାଇିଛି ।

ଏହି କାର୍ଡଟି ତାମିଲନାଡ଼ୁର ହୋଇଥିବା ବେଳେ ବିବାହ କରୁଥିବା ଯୁବକ ଜଣଙ୍କ ଫାର୍ମାସୀ ସହ ଜଡ଼ିତ । ସୋସିଆଲ୍ ମିଡିଆରେ ଏହି ନିଆରା ନିମନ୍ତ୍ରଣ କାର୍ଡକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି । ଏଭଳିକି ଔଷଧ ଭାବି ଏହି କାର୍ଡକୁ ଖାଇ ଦିଅନ୍ତୁ ନାହିଁ ବୋଲି ଲେଖିଛନ୍ତି ନେଟିଜେନ୍ । ସମସ୍ତେ ଏଭଳି ଟାବଲେଟ୍ ଷ୍ଟ୍ରିପ୍ ମ୍ୟାରେଜ୍ ଇନଭାଇଟେସନ୍ କାର୍ଡର ବେଶ୍ ପ୍ରଶଂସା କରୁଛନ୍ତି ।

Comments are closed.