Latest Odisha News

BREAKING NEWS

ଜାଣନ୍ତୁ କମ୍‌ ଖର୍ଚ୍ଚରେ କିପରି ସଜାଇବେ ଘର

ପୁରୁଷ ହେଉ ଅବା ମହିଳା ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା । କିନ୍ତୁ ଘର ସଜାଇବା ଜିନିଷର ଦାମ୍‌ ଦେଖିଲେ ମନ ଫିକା ପଡିଯାଏ । ତେବେ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ …

-ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ ବଦଳାଇବାକୁ ଚାହୁଁଥିଲେ, କଲରଫୁଲ୍‌ କାର୍ପେଟ୍‌ ଚୟନ କରନ୍ତୁ। କାରଣ ଘରର ସୁନ୍ଦରତାକୁ ବଢ଼ାଇବାରେ ଫ୍ଲୋରିଂର ରହିଛି ଅନେକ ଭୂମିକା।

– ଘରର କାନ୍ଥକୁ ୱାଲ୍‌ ପେପର ସାହାଯ୍ୟରେ ହାଇଲାଇଟ୍‌ କଲେ ଏହା ଘରକୁ ଏକ ନୂଆ ଲୁକ୍‌ ଦେଇଥାଏ

-ଲାଗିଥିବା ପୁରୁଣା ଟ୍ୟୁବ୍‌ ଲାଇଟ୍‌ଗୁଡିକୁ ବଦଳାଇ ତା’ ସ୍ଥାନରେ ନୂଆ ଡେକୋରେଟିଭ୍‌ ଲାଇଟ୍‌ ଲଗାନ୍ତୁ।

-ସଜାଇବା ପାଇଁ କମ୍‌ ଖର୍ଚ୍ଚରେ ହାଲ୍‌କା ପରଦା ଲଗାନ୍ତୁ। କିନ୍ତୁ ପରଦା କିଣିବା ପୂର୍ବରୁ ଏହାର ପ୍ରିଣ୍ଟ୍‌ ଓ ଘର କଲର ପ୍ରତି ଧ୍ୟାନ ରଖନ୍ତୁ।

– ଯଦି ଘରେ ପୁରୁଣା ସାଜସଜ୍ଜା ସାମଗ୍ରୀ ଯଥା ଲ୍ୟାମ୍ପ୍‌ଶେଡ୍‌, ବକ୍ସ, ମୂର୍ତ୍ତି, ଫୁଲଦାନି ଆଦି ଅଛି ତେବେ ତାହାକୁ ଭଲଭାବେ ସଫା କରନ୍ତୁ। ସବୁକୁ ଗୋଟିଏ ସ୍ଥାନରେ ନ ରଖି ଭିନ୍ନ ଭିନ୍ନ ସ୍ଥାନରେ ରଖନ୍ତୁ।

-ପାଣି ଭର୍ତ୍ତିକରି ସେଥିରେ ଫ୍ଲୋଟିଂ କ୍ୟାଣ୍ଡେଲ୍‌ କିମ୍ବା ଫୁଲର ପାଖୁଡ଼ା ପକାଇ ସଜାନ୍ତୁ। ଏହା ଘର ଭିତରରେ ପ୍ରାକୃତିକ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିବ।

-ଘର କୋଣରେ ଛୋଟ ଛୋଟ ପ୍ଲାଣ୍ଟ୍‌ ରଖି ତାହାକୁ କଲରଫୁଲ୍‌ ଲାଇଟ୍‌ରେ ସଜାଇପାରିବେ।

-ଏକ ବଡ଼ ଫର୍ନିଚର ରଖିବା ବଦଳରେ ଛୋଟ ଛୋଟ ଫର୍ନିଚର ରଖନ୍ତୁ, ଯାହା କମ୍‌ ଦାମ୍‌ ସହ ଘରକୁ ସୁନ୍ଦର ଦେଖାଯାଇଥାଏ ।

-ରୁମ୍‌କୁ ମେଟାଲିକ୍‌ ଟଚ୍‌ ଦିଅନ୍ତୁ। ଘରର କାନ୍ଥ ପାଇଁ ଧଳା ଓ ମେଟାଲିକ୍‌ ସିଲ୍‌ଭର କମ୍ବିନେଶନ ବ୍ୟବହାର କରିପାରିବେ। ମେଟାଲିକ୍‌ ବେସ୍‌ଡ ଫର୍ନିଚର ମଧ୍ୟ ବ୍ୟବହାର କରିପାରିବେ।

-ଆଇନାଗୁଡିକୁ ଠିକ୍‌ ସ୍ଥାନରେ ଲଗାଇ ଜାଣିଲେ ସାଧାରଣ ଘର ବି ଡିଜାଇନିଂ ଲାଗିଥାଏ। ଏଥିପାଇଁ ଆପଣ ଚାହିଁଲେ ଆଇନାଗୁଡିକୁ ଫ୍ରେମିଂ କରି ବ୍ୟବହାର କରିପାରିବେ।

– ଛୋଟ ଘରକୁ ବଡ ଲୁକ ଦେବା ପାଇଁ ଘର କଲର କରିବାବେଳେ ଦୁଇ ତିନି ପ୍ରକାର ରଙ୍ଗ ଆପଣାନ୍ତୁ ।

Leave A Reply

Your email address will not be published.