Latest Odisha News

BREAKING NEWS

ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ କେଶବ ରାଉତଙ୍କ ରବିବାର ଦିନ ଦେହାନ୍ତ ଘଟିଛି ।

ସେ ଓଡିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନର ପ୍ରେସିଡେଣ୍ଟ ଭାବେ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଜି ପାଖାପାଖି ଦିନ ୧୧ଟା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ସେ ଓଡିଆ ଚଳଚ୍ଚିତ୍ର ‘ସୁନାହରିଣୀ’, ‘ସୁନା ଚଢେଇ’, ‘ସନ୍ତାନ’ ଏବଂ ‘ଭୀଷ୍ମ ପ୍ରତିଜ୍ଞା’ ଆଦିରେ ପ୍ରଯୋଜକ ଭାବେ ରହିଥିଲେ । ଏଥିସହିତ ସେ ଅନେକ ଟେଲି ଧାରାବାହିକରେ ମଧ୍ୟ ପ୍ରଯୋଜନା ଭାର ତୁଲାଇଥିଲେ ।

କେଶବଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.