Latest Odisha News

BREAKING NEWS

ଓଡିଶାର ନେମାହ ଜିତିଲେ ଆଇଟା ସୁପର ସିରିଜ ବାଳିକା ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଟେନିସ ଖେଳାଳି ନେମାହ ଶାରା କିସପୋଟ୍ଟା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଆସାମର ଜୋହରାଟରେ ଅନୁଷ୍ଠିତ ଆଇଟା ସୁପର ସିରିଜ ୧୬ ବର୍ଷରୁ କମ ଟୁର୍ଣ୍ଣାମେଂଟର ବାଳିକା ସିଙ୍ଗଲ୍ସ ବିଭାଗରେ ନେମାହ ଟାଇଟଲ ହାସଲ କରିଛନ୍ତି । ସେ ଓଡିଶାକୁ ଗୌରବାନ୍ୱିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ୫୦ ର‌୍ୟାଙ୍କିଙ୍କ ପଂଏଟ ମଧ୍ୟ ହାସଲ କରିଛନ୍ତି । ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଏ ନେଇ ଟୁଇଟ କରାଯାଇଛି ।

୧୫ ବର୍ଷୀୟା ନେମାହ ଚଳିତ ବର୍ଷ ୧୮ ବର୍ଷରୁ କମ ଡବଲ୍ସ ବିଭାଗରେ ଟାଇଟଲ ହାସଲ କରିଥିବା ବେଳେ ୧୬ ବର୍ଷରୁ କମ ବିଭାଗରେ ରନର୍ସଅପ ହୋଇଥିଲେ । ନେମାହଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.