Latest Odisha News

BREAKING NEWS

ପାକିସ୍ତାନକୁ ମ୍ୟାଲେରିଆ ଭୟ, ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକ୍

ଇସଲାମାବାଦ: ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ। ଦିନକୁ ଦିନ ଏହି ଦେଶରେ ବ୍ୟାପୁଛି ମ୍ୟାଲେରିଆ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଇଛି। ଏହାକୁ ମୁକାବିଲା କରିବା ପାଇଁ ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି ପାକ୍। ମଙ୍ଗଳବାର ଏ ବାବଦରେ ଏକ ପ୍ରସ୍ତାବକୁ ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପାକିସ୍ତାନ ପାଇଁ ମଶାରି କିଣିବା ପାଇଁ ଗ୍ଲୋବାଲ ଫଣ୍ଡ ଅଧୀନରେ ଦିଆଯାଇଥିବା ଆର୍ଥିକ ସମ୍ବଳକୁ ବ୍ୟବହାର କରିବ। ତେଣୁ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ। ଜିଓ ଟିଭି ସମ୍ବାଦରେ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ ପାକିସ୍ତାନ WHO କୁ ମଶାରି ଯୋଗାଇବାକୁ ଅନୁରୋଧ କରିଥିଲା।

ଡବ୍ଲ୍ୟୁଏଚଓ ଅଧିକାରୀଙ୍କ ମୁତାବକ ୱାଘା ସୀମା ଦେଇ ଆସନ୍ତା ମାସରେ ଭାରତରୁ ମଶାରି ଅଣାଯିବ। ତେଣୁ ଯାଥାଶୀଘ୍ର ଭାରତଠାରୁ ମଶାରି କିଣିବା ପାଇଁ ଯୋଜନା କରାଯାଉଛି। ସୂଚନାଥାଉକି ଚଳିତ ବର୍ଷ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖିନ ହୋଇଥିଲା। ଦେଶର ଏକତୃତୀୟାଂଶ ଭାଗ ବନ୍ୟାଜଳରେ ବୁଡିଯାଇଥିଲା। ଏଥିଯୋଗୁଁ ୩.୩ କୋଟି ଲୋକ ବିସ୍ତାପିତ ହୋଇଥିବା ବେଳେ ୧୭୦୦ ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ।

Comments are closed.