Latest Odisha News

BREAKING NEWS

ଧନତେରାସର ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଧନତେରାସରେ ଧନଦାତ୍ରୀଙ୍କ ଆଶୀର୍ବାଦ ଆଶା କରି ଘରକୁ ବୋହିନେଲେ ଗହଣା। ଅକ୍ଚୋବର ୨୨ ଏବଂ ୨୩ ଦୁଇ ଦିନ ଧନତେରାସ ଥିଲା। ଏହି ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ମୋଟ୍ ଉପରେ ୪୫ ହଜାର କୋଟି ବ୍ୟବସାୟ ହୋଇଛି। ଗହଣା ୨୫ ହଜାର କୋଟି ଟଙ୍କାର ବିକ୍ରି ହୋଇଥିବା ବେଳେ ଅଟୋମୋବାଇଲ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ସ ଉପକରଣ, ଗେଜେଟ, ସଫା, ଘରୋଇ ଉପକରଣ ଆଦି ୨୦ ହଜାର ଟଙ୍କାର ବିକ୍ରି ହୋଇଛି। ଏହି ସୂଚନା ଦେଇଛନ୍ତି କୋନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସର ସଭାପତି।

ଚଳିତ ଥର ଦୁଇ ବର୍ଷ ପରେ ସାରା ଦେଶ ବିନା କଟକଣାରେ ଧନତେରାସ ସହିତ ଦୀପାବଳି ପାଳନ କରୁଛି। ଏବେ ବଜାର ସ୍ବାଭାବିକ ସ୍ଥିତିକୁ ଆସିବା ପରେ ଦେଶବାସୀ ଧନଦାତ୍ରୀଙ୍କ ଆଶିଷ ଲାଭ କରିବା ପାଇଁ ପକେଟ ଖୋଲି ସୁନା, ଗହଣା ଆଦି କିଣିଥିବା ଦେଖିବାକୁ ମିଳିଛି।

ଚଳିତଥର ପୂର୍ବ ବର୍ଷ ତୁଳନାରେ ବିକ୍ରି ୩୫% ବୃଦ୍ଧି ପାଇବ ବୋଲି ବ୍ୟବାସାୟୀ ଆଶା କରିଛନ୍ତି। ଜୁଏଲର୍ସ ଦୋକାନୀ କହିଛନ୍ତି ଯେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଯୋଗୁଁ ରବିବାର ସନ୍ଧ୍ୟା ବଜାର ପ୍ରଥମ କିଛି ଘଣ୍ଟା ପାଇଁ ସେତେଟା ଗହଳି ନଥିଲା, କିନ୍ତୁ ମ୍ୟାଚ୍ ପରେ ବଜାରରେ ଲୋକଙ୍କ ଗହଳି ହୋଇଥିଲା।

ଏହି ଦୁଇ ଦିନରେ ମୂଲ୍ୟବାନ ଧାତୁଠାରୁ ଆରମ୍ଭ କରି ବାସନକୁସନ ପର୍ଯ୍ୟନ୍ତ ମୂଲ୍ୟବାନ ସାମଗ୍ରୀ କିଣିଛନ୍ତି ଦେଶବାସୀ। ହିନ୍ଦୁ କ୍ୟାଲେଣ୍ଡରରେ ସବୁଠାରୁ ଶୁଭ ଦିନ ଭାବରେ ଧନତେରାସକୁ ବିବେଚନା କରାଯାଏ। ରବିବାର ରାଜଧାନୀ ଦିଲ୍ଲୀରେ ପ୍ରି-ଟ୍ୟାକ୍ସ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୧୩୯ ଟଙ୍କା ରହିଥିଲା ​​ଯାହା ୨୦୨୧ ମସିହାରେ ଧାନତେରାସ ଦିନରେ ୧୦ ଗ୍ରାମ ପ୍ରତି ୪୭,୬୪୪ ଟଙ୍କାରୁ ଅଧିକ ଥିଲା।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ କରୋନା ପାଇଁ ବିଭିନ୍ନ କଟକଣା ଥିଲା। ଅନେକ ଲୋକ ଚାକିରି ମଧ୍ୟ ହରାଇଥିଲେ। ଏପରି ସ୍ଥିତିରେ ଅନିଶ୍ଚିତତା ଭିତରେ ଧନତେରାସରେ ମଧ୍ୟ ଗହଣା କିଣିବାକୁ ସେତେଟା ଆଗ୍ରହ ନଥିଲା ଲୋକଙ୍କ ମଧ୍ୟରେ। ତେଣୁ ତିନି ବର୍ଷ ପରେ ଦେଶବାସୀ ଧନତେରାସରେ ପକେଟ ଖୋଲି ନିଜ ମନ ପସନ୍ଦର ଜିନିଷ କିଣିଛନ୍ତି।

Comments are closed.