ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ଧୁମଧାମରେ ହେଉଛି । ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା’ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ଭିଡ ଲାଗିବ । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଇବେ।
BREAKING NEWS
- କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ
- ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ
- କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍ ଟ୍ରେନ୍
- ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA
- ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…
- ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’
- ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’
- ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି
- ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି…
- ସାଉଦି ଆରବରେ ଦୃଶ୍ୟମାନ୍ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍
Comments are closed.