Latest Odisha News

BREAKING NEWS

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ ।

କିନ୍ତୁ ଠିକ ସମୟରେ ଠିକ ଖାଦ୍ୟ ନଖାଇବା ଦ୍ୱାରା କିଡ୍‌ନୀ ଜନିତ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ତେବ ଏ ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଁଥିଲେ ପ୍ରତି ୧୫ଦିନରେ ଥରେ ଏସବୁ ଜିନିଷ ଖାଇବା ଦରକାର ।

୧. ତାଜା ଫଳ ଖାଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହିଥାଏ । ଫଳରେ ପୋଟାସିୟମର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା କିଡ୍‌ନୀକୁ ସୁସ୍ଥ ରଖିଥାଏ ।

୨. ଦରକାରଠାରୁ କମ୍‌ ବା ଅଧିକ ପାଣି ପିଇବା ଦ୍ୱାରା ମଧ୍ୟ କିଡ୍‌ନୀ ଉପରେ ଏହାର ପ୍ରଭାବ ପଡ଼ିଥାଏ । ସେଥିପାଇଁ ଠିକ୍‌ ଭାବରେ ପାଣି ପିଇ କିଡ୍‌ନୀକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ ।

୩. ମୂଳା ପତ୍ର କିଡ୍‌ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ପ୍ରତି ୧୫ଦିନରେ ଥରେ ମୂଳା ପତ୍ର ଖାଇବାକୁ ଚେଷ୍ଟା କରନ୍ତୁ ।

୪. ତରଭୁଜର ମଞ୍ଜିରୁ ତିଆରି କରାଯାଇଥିବା ଖାଦ୍ୟ କିଡ୍‌ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ । ତରଭୂଜ ମଞ୍ଜିରେ ମ୍ୟାଗ୍ନେସିୟମ୍‌, ମିନେରାଲ୍ସ, ଭିଟାମିନ୍‌ ଏବଂ ଜିଙ୍କର ମାତ୍ରା ଅଧିକ ରହିଥାଏ । ଯେଉଁ ଲୋକମାନଙ୍କର ଥକାପଣ ଅନୁଭବ ହେବା ବା ରକ୍ତର ଅଭାବ ହେବା ଭଳି ସମସ୍ୟା ରହିଛି, ସେମାନେ ନିଜ ପ୍ରତିଦିନର ଡାଏଟ୍‌ରେ ତରଭୁଜର ମଞ୍ଜିକୁ ସାମିଲ କରି ପାରିବେ ।

Leave A Reply

Your email address will not be published.