Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ ବିଜେଡି ?

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ବିଜେଡି ଆସନ ବଜାୟ ରଖିବ ନା ବିଜେପି ବାଜି ପଲଟାଇବ । ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଉପନିର୍ବାଚନ ଲାଗି ବିଜ୍ଞପ୍ତି । ହେଲେ ଏବେ ଯାଏ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି ।

୨୦୦୯ ପରେ ପ୍ରଥମ ଥର ପାଇଁ ବିଜେଡି ଧାମନଗର ଉପନିର୍ବାଚନ ହାରି ଥିବାରୁ ପଦ୍ମପୁର ଉପରେ ପୂରା ଫୋକସ କରିଛି । ପଶ୍ଚିମ ଓଡ଼ିଶାର ନେତାଙ୍କୁ ଦଳ ଦାୟିତ୍ୱ ଦେଇଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହା ବିଜେଡି ଟିକେଟରେ ପଦ୍ମପୁରରୁ ୨୦୦୦, ୨୦୦୯, ୨୦୧୯ରେ ବିଜୟୀ ହୋଇଥିଲେ ।

ତାଙ୍କ ମୃତ୍ୟୁ ପରେ ଏବେ ହେଉଥିବା ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳର ନେତୃତ୍ୱ କିଛି କହୁ ନାହାନ୍ତି । ଅନ୍ୟପଟେ ବିଜୟ ବରିହାଙ୍କ ପତ୍ନୀ ତିଲୋତ୍ତମା ବରିହା ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଅନୁକମ୍ପାମୂଳକ ଭୋଟ୍ ହାତେଇବା ପାଇଁ ବିଜେଡି ତିଲୋତ୍ତମାଙ୍କୁ ଟିକେଟ୍ ଦେବ ନା ବରିହାଙ୍କ ପରିବାର ବାହାରୁ ଆଉ କାହାକୁ ପ୍ରାର୍ଥୀ କରିବ ? ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ଦଳକୁ ଅନୁକମ୍ପା ମୂଳକ ଭୋଟ୍ ମିଳିବ । ତିଲୋତ୍ତମାଙ୍କୁ ଟିକେଟ୍ ଦେବା ନେଇ ଦଳ ଚିନ୍ତା କରୁଥିବା କୁହାଯାଉଛି । ଅନ୍ୟପଟେ ୨୦୧୪ରେ ବରିହାଙ୍କୁ ହରାଇ ପଦ୍ମପୁରରୁ ବିଜୟୀ ହୋଇଥିବା ପ୍ରଦୀପ ପୁରୋହିତ ଏଥର ବି ବିଜେପିର ପ୍ରାର୍ଥୀ ହୋଇ ପାରନ୍ତି । ୨୦୧୯ରେ ପ୍ରଦୀପ ପୁରୋହିତ ପ୍ରାୟ ୫ ହଜାର ଭୋଟରେ ବରିହାଙ୍କ ଠାରୁ ହାରିଥିଲେ । ସେହିଭଳି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ କିମ୍ବା ପ୍ରକାଶ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ।

Leave A Reply

Your email address will not be published.