Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ ପାପାଙ୍କ (ସମ୍ଭବ) ଏଭଳି ବ୍ୟବହାର ଦେଖି ପିଲାମାନେ ବି ଚକିତ ହୋଇ ଯାଇଥିଲେ !

ଆସ୍ଥା କିନ୍ତୁ ସାମାନ୍ୟ ବିବ୍ରତ ହୋଇ ସମ୍ଭବଙ୍କ ଆଡ଼କୁ ପଇସା ଆଉ ବ୍ୟାଗଟା ବଢ଼େଇ ଦେଇ ତୁମେ ଯାଅ ପିଲାଟା କୁଆଡ଼େ ଯିବ ସନ୍ଧ୍ୟା ହୋଇ ଆସିଲାଣି !!

ସମ୍ଭବ ଆସ୍ଥା ଆଡ଼କୁ ଲକ୍ଷ୍ୟ କରି ଆଚ୍ଛା ଠିକ ଅଛି ଦିଅ କହି ବଜାରକୁ ଚାଲିଗଲେ ।

“ମାଆ ମୁଁ ତ ଯାଇଥାନ୍ତି ଆପଣ ସାରଙ୍କୁ କାହିଁକି ପଠେଇଲେ ଯେ ? ମୋତେ ଜମ୍ମା ଭଲ ଲାଗିଲାନି । ମୋ ଦ୍ଵାରା କିଛି ଭୁଲ ହୋଇ ଯାଇଛି କି ?ମୋ ଉପରେ ରାଗିକି କାମ ବତାଉ ନାହାନ୍ତି କି ? ଲୁହ ଟଳମଳ ଆଖିରେ ପଚାରୁଥିଲା ଆସ୍ଥାକୁ ।

ଆସ୍ଥା ସୁରେଖାକୁ କୋଳେଇ ନେଇ ଆରେ ମୋ ଧନ ଆଖିରେ ଏତେ ଲୁହ ! ତୁ ମୋତେ ମାଆ ଡାକୁଚୁ ନା ତାହେଲେ ତୁ କହ ସନ୍ଧ୍ୟା ବେଳଟାରେ ତୋତେ କେମିତି ପଠେଇ ଦେଇଥାନ୍ତି ବଜାରକୁ ବୋଲି ତୁ ଭାବୁଛୁ ! ସ୍ୱୟଂ ସ୍ୱାହା ମୋ ପାଇଁ ଯାହା ତୁ ବି ମୋ ପାଇଁ ସେୟା ଆଜିଠୁ ଜାଣି ନେ ! ତୋତେ ଦେଖିଲା ଦିନୁ ମୋର ଆଉ ଗୋଟେ ଝିଅ କରି ନେଇଚି !ସୁରେଖା ଆଡ଼କୁ ଚାହିଁ, ଆଉ କେବେ କିଛି ଏ ବିଷୟରେ ଯେମିତି ନକହୁ ମନେ ରହିଲା ! ସ୍ୱୟଂ ସ୍ୱାହା ଏ ବିଷୟରେ କେବେ କିଛି ଆଲୋଚନା ଯେମିତି ମୁଁ ନଶୁଣେ ମନେ ରହିଲା !ଆଜିଠାରୁ ମୋର ତିନୋଟି ପିଲା ସ୍ୱୟଂ ,ସ୍ୱାହା ଆଉ ସୁରେଖା କହି ଆସ୍ଥା ତିନିଙ୍କୁ କୋଳେଇ ନେଇଥିଲା !! ସମସ୍ତଙ୍କ ଆଖିରେ ଖୁସି ଆବେଗର ଲୁହ …

Comments are closed.