ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଗଛରୁ ପତ୍ର ଆପେ ଝଡ଼ି
କେଉଁଆଡ଼େ ଯେ ଯାଏ ଉଡ଼ି
ଗଛକୁ ଜଣାପଡ଼େନାହିଁ
ଲେଖକ ପାରେ ଗଛ ହୋଇ
ଦେଇ ଦେଇ ଯେ ଥକେନାହିଁ
କିଛି ବି ନ ପାରିଲେ ପାଇ
ଆହୁରି ବେଶି ଦେଉଥାଏ
ସ୍ବଜାତ ତୃପ୍ତି ସହ ରହେ
ନ ଥାଏ ଶାରୀରିକ କ୍ଳାଂତି
ଅଥବା ମାନସିକ ଭ୍ରାଂତି
ପାଏ ଅପୂର୍ବ ସୁଖ, ଶାଂତି
ତା ଭାଷା କରେ ଅଗ୍ରଗତି
ଲେଖକ ଭାଷାଶ୍ରିତ ପ୍ରାଣୀ
ଶୁଣାଏ ନିଜର କାହାଣୀ
ବିରୋଧ ଅବା ସମର୍ଥନ
ଉଭୟ ଯେଣୁ ମୂଲ୍ୟହୀନ
ନ ହୁଏ କେବେ ପକ୍ଷଭୁକ୍ତ
ସବୁଠୁଁ ହୋଇପାରେ ମୁକ୍ତ
ଏପରି ଲେଖକ ରହିଲେ
ଭାଷାଟେ ଅବାରିତ ଚଳେ
Comments are closed.