Latest Odisha News

BREAKING NEWS

ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି ।

ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର ପ୍ରଥମ ମହଲାରେ ଚାଲିଥିଲା ଦେହ ବ୍ୟବସାୟ । ପୋଲିସ ରାଣୀ ମହୁମାଛି ସହ ଜଣେ ଗ୍ରାହକକୁ ଗିରଫ କରିଥିବା ବେଳେ ୪ ମହିଳାଙ୍କୁ ଉଦ୍ଧାର କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଗିରଫ ୪ ମହିଳାଙ୍କ ଘର ପଶ୍ଚିମବଙ୍ଗରେ ।

ପୋଲିସର ଅତର୍କିତ ଚଢ଼ାଉ ବେଳେ ଘଟଣାସ୍ଥଳରୁ ଖସି ଯାଉଥିବା ରାଣୀ ମହୁମାଛି ଧରା ପଡ଼ିଛି । ତେବେ ଉକ୍ତ ଘରେ ପ୍ରାୟ ୩ ମାସ ହେଲା ଦେହ ବ୍ୟବସାୟ ଚାଲୁଥିବା ବେଳେ ପୋଲିସ କେମିତି ଜାଣି ପାରୁ ନଥିଲା ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.