Latest Odisha News

BREAKING NEWS

ଅଜଣା ଭାଇରସରେ ଆକ୍ରାନ୍ତ ହେଲେ ଇଂଲଣ୍ଡ କ୍ରିକେଟ ଖେଳାଳି

ଇସଲାମବାଦ: ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅଜଣା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ବେନ ଷ୍ଟୋକ୍ସଙ୍କ ସମେତ ୧୪ଜଣ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଜୋ ରୁଟ, ଜ୍ୟାକ କ୍ରୋଲେ, ହ୍ୟାରି ବ୍ରୁକ, ଓଲି ପୋପ ଓ କିଟ ଜେନିଂସ କେବଳ ଅଭ୍ୟାସ ସେଶନରେ ଯୋଗ ଦେଇଥିଲେ । ତେବେ ଆକ୍ରାନ୍ତ ଖେଳାଳିମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନାହିଁ ।

ତେବେ ୨୪ରୁ ୩୬ ଘଂଟା ମଧ୍ୟରେ ଖେଳାଳିମାନେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରମାନେ ଆଶା ବ୍ୟକ୍ତ କରିଛନ୍ତି । ପ୍ରଥମ ଟେଷ୍ଟ ମାଧ୍ୟମରେ ଲିଆମ ଲିଭିଙ୍ଗଷ୍ଟୋନ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ପାକିସ୍ତାନୀ ମିଡିଆ ଅନୁସାରେ ସେମାନେ ଫୁଡ ପଏଜନିଂର ଶୀକାର ହୋଇଥିଲେ । ଏବେ ସେମାନେ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.